କନକ ବ୍ୟୁରୋ : କୋରାପୁଟରେ ରୋଚକ ହେଉଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । କୋଟିଆ ପାଇଁ ଏକାଠି ହେଲେ ତିନି ଦଳ । ଗୋଟିଏ ବ୍ୟାନରରେ ନବୀନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ସମୀର ମହାନ୍ତଙ୍କ ଫଟୋ ଦେଖିବାକୁ ମିଳିଛି । ରାଜ୍ୟର ଅନ୍ୟ ସବୁଠି ତିନି ଦଳ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ କୋଟିଆରେ ଏକାଠି ଲଢୁଛନ୍ତି ତିନି ଦଳ ।

Advertisment

କୋରାପୁଟ ଜିଲ୍ଲା ପଟାଙ୍ଗୀ ଜୋନ୍-୧ରେ ଗୋଟିଏ ବ୍ୟାନରରେ ତିନି ନେତାଙ୍କ ଫଟୋ ଲାଗିଛି । ପଟାଙ୍ଗୀ ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀଙ୍କୁ ଜିତାଇବା ପାଇଁ ତିନି ଦଳ ଏକାଠି ହୋଇଛନ୍ତି । ଏପରିକି ତିନି ଦଳର ନେତା ଗୋଟିଏ ସ୍ଥାନରେ ବସି ସଭା କରିବା ସହ ଭୋଟ ମଧ୍ୟ ମାଗୁଥିବା ଦେଖିବାକୁ ମିଳିଛି । କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସହ ବିବାଦ ଲାଗି ରହିଥିବା ବେଳେ କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ଦେବାକୁ ନିଷ୍ପତି ହୋଇଥିଲା । ମମତା ଜାନୀଙ୍କୁ ସବଦଳୀୟ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । କିନ୍ତୁ ଏହି ଯୋଜନାକୁ ଶେଷ ମୂହୁର୍ତରେ ବିଗାଡି ଦେଇଥିଲେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ । ପରେ ମାଟିର ସମ୍ମାନ ପାଇଁ ହାତ ମିଳାଇବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ତିନି ପ୍ରମୁଖ ରାଜନୈତିକ ଦଳ ।