କନକ ବ୍ୟୁରୋ: ସତ୍ୟବାଦୀ ଭୀମପୁର ଆରାଧ୍ୟଦେବୀ ମା’ଗଡଚଣ୍ଡୀଙ୍କ ଖାଇ ଫୋଡ ଯାତ୍ରାରେ ପ୍ରବଳ ଗହଳି । ଶତାଧିକ ଭକ୍ତ ମାଆଙ୍କ ପୀଠରେ ଜମାହୋଇଛନ୍ତି । ଏହି ଯାତ୍ରାରେ ମାନସିକଧାରୀ ଲୁହା କଂଟାରେ ଫୋଡ ଖାଇ ଖୁମ୍ବ ଉପରେ ଝୁଲିଥାନ୍ତି । ଶହଶହ ମାନସିକଧାରୀ ଅଂଟାରେ ଲୁହାକଂଟା ଫୁଟାଇ ୨୦ଫୁଟ ଉପରେ ରସି ସାହାଯ୍ୟରେ ବୁଲିଥାନ୍ତି । ମା’ଙ୍କ ମହିମା ଯୋଗୁ ଏହିଭଳି କଂଟା ଫୋଡାର କଷ୍ଟ ବି ଅନୁଭୁତ ହୁଏ ନାହିଁ । ମା’ଙ୍କ ନିକଟରେ ଏହି ୨ଶହ ବର୍ଷର ଧରି ଏହି ଫୋଡ ଖାଇ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମେରୁ ଯାତ୍ରା ପାଳିତ ହେଉଛି । ଦଣ୍ଡ ଯାତ୍ରାର ଶେଷ ଦିନରେ ମେରୁ ପାଳନ ହୋଇଥାଏ । ଠାକୁରାଣୀ ଗ୍ରାମ୍ୟ ଭ୍ରମଣରୁ ନିଜ ଦେବାଳୟକୁ ଆଜି ଫେରୁଛନ୍ତି । ଅପରାହ୍ଣ ସମୟରୁ ମେରୁ ଯାତ୍ରା ଅନୁଷ୍ଠିତ ହେଉଛି । ମେରୁ ଯାତ୍ରା ସହ ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।