କରୋନାର ତୃତୀୟ ଲହର ନିଶ୍ଚିତ ଆସିବ । ସୂଚନା ଦେଲେ କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତା ।

Advertisment
ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୨ ଲକ୍ଷ ୨୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ, ୪୪୫୪ ମୃତ୍ୟୁ

କନକ ବ୍ୟୁରୋ : କରୋନା ସଂକ୍ରମଣ ଦିନକୁ ଦିନ ମାଡି ଚାଲିଥିବା ବେଳେ ଏବେ ଆସିଛି ସାଂଘାତିକ ତଥ୍ୟ । ଗତବର୍ଷ କରୋନାର ପ୍ରଥମ ଲହର ଅନେକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କର ଜୀବନ ବି ଯାଇଥିଲା । ଏହା ପରେ ଭ୍ୟାକସିନ୍ ଆସିବା ପରେ ମିଳିଥିଲା ଟିକିଏ ଆଶ୍ୱସ୍ତି । କିନ୍ତୁ ପୁଣି ଥରେ କରୋନା ଦ୍ୱିତୀୟ ଲହର ଲୋକଙ୍କୁ ଆତଙ୍କିତ କରିଛି । କରୋନାର ଦ୍ୱିତୀୟ ଲହର ଅଧିକ ଭୟାବହ ହେଉଥିବା ବେଳେ ସାମ୍ନାକୁ ଆସିଛି ଚିନ୍ତା ବଢାଇଦେବା ଭଳି ଖବର ।

କରୋନାର ତୃତୀୟ ଲହର ନିଶ୍ଚିତ ଆସିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତା । କିନ୍ତୁ ତୃତୀୟ ଲହର କେବେ ଆସିବ, ତାହା ସ୍ପଷ୍ଟ ହୋଇନାହିଁ । ତେବେ କରୋନାର ନୂଆ ଲହର ପାଇଁ ଆମେ ପ୍ରସ୍ତୁତ ରହିବା ଆବଶ୍ୟକ । ପ୍ରିନ୍ସପାଲ ସାଇଣ୍ଟିଫିକ୍ ଆଡଭାଇଜର କେ. ବିଜୟ ରାଘବନ ଏନେଇ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe