‘ହୁ’ ମୁଖ୍ୟଙ୍କ ଚେତାବନୀ । ବିଶ୍ୱରେ ଆରମ୍ଭ ହୋଇଛି ତୃତୀୟ ଲହର , ବଢୁଛି ଡେଲଟା ଭାରିଆଣ୍ଟ ସଂକ୍ରମଣ

Advertisment
‘ହୁ’ ମୁଖ୍ୟଙ୍କ ଚେତାବନୀ । ବିଶ୍ୱରେ ଆରମ୍ଭ ହୋଇଛି ତୃତୀୟ ଲହର , ବଢୁଛି ଡେଲଟା ଭାରିଆଣ୍ଟ ସଂକ୍ରମଣ

କନକ ବ୍ୟୁରୋ : ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ‘ହୁ’ ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ସୂଚନା ଦେଇଛନ୍ତି । ତୃତୀୟ ଲହର ବେଳେ ଡେଲଟା ଭାରିଆଣ୍ଟ ଅଧିକ ବିପଦ ଆଣୁଥିବାରୁ ସେ ବିଶ୍ୱବାସୀଙ୍କ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ୧୧୧ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କଲାଣି । ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ ରଚିବ । ବର୍ତ୍ତମାନ କିଛି ଦେଶରେ ସଂକ୍ରମଣ କମ ରହିଥିବା ବେଳେ ଲୋକେ କରୋନା କଟକଣା ମାନୁନଥିବା ଦେଖାଯାଇଛି । ଏହା ଡେଲଟା ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ହେବାର କାରଣ ହେବା ସହ ଅଧିକ ଲୋକେ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡିବେ ।

ଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ ୪୦ ହଜାର ତଳକୁ ରହୁଥିବା ବେଳେ ଆଜି ଏହା ପୁଣି ୪୦ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ପୁଣି ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଲକଡାଉନ ଖୋଲିବା ପରେ ପରେ ଭୂତାଣୁ ପୁଣି ଠାରେ ନିଜ କାୟା ବିସ୍ତାର କରିବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe