ମହାରାଷ୍ଟ୍ରର ରାଜ୍ୟ ଟାସ୍କଫୋର୍ସର ରିପୋର୍ଟ । ୨ରୁ ୪ ସପ୍ତାହ ଭିତରେ ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ପହଂଚିଯାଇ ପାରେ ତୃତୀୟ ଲହର ।

449

କନକ ବ୍ୟୁରୋ: କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଛି । ଏବଂ ସାଧାରଣ ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଧୀରେ ଧୀରେ ଆରମ୍ଭ ହେଉଛି । ହେଲେ ପୁଣି ସମସ୍ତଙ୍କୁ ଭୟଭୀତ କଲା ଭଳି ମହାରାଷ୍ଟ୍ରର ରିପୋର୍ଟ । ଦେଖନ୍ତୁ କଣ କଣ କହୁଛି ଏହି ରିପୋର୍ଟ ।

ମହାରାଷ୍ଟ୍ର ରାଜ୍ୟ ଟାସ୍କ ଫୋର୍ସର ରିପୋର୍ଟ
୨ରୁ ୪ ସପ୍ତାହ ଭିତରେ ଆସିପାରେ ତୃତୀୟ ଲହର
ପ୍ରଥମ ଓ ଦ୍ୱିତୀୟ ଲହରରୁ ବର୍ତ୍ତିଯାଇଥିବା ଲୋକେ ହୋଇପାରନ୍ତି ପ୍ରଭାବିତ
ମୋଟ ସଂକ୍ରମଣର ୧୦% ସଂକ୍ରମିତ ହୋଇପାରନ୍ତି ଶିଶୁ

ମହାରାଷ୍ଟ୍ର ରାଜ୍ୟ ଟାସ୍କଫୋର୍ସ ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇଦେବା ଭଳି ରିପୋର୍ଟ ଦେଇଛି । ଦୁଇରୁ ଚାରି ସପ୍ତାହ ଭିତରେ ମହାରାଷ୍ଟ୍ରକୁ ତୃତୀୟ ଲହର ଆକ୍ରମଣ କରିପାରେ ବୋଲି ଏହି ରିପୋର୍ଟ କହିଛି । ତେବେ ଛୋଟ ପିଲା ଓ ଶିଶୁମାନେ ଏହାଦ୍ୱାରା ବିଶେଷ ପ୍ରଭାବିତ ନହୋଇପାରନ୍ତି । ତେବେ ଏ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ନିମ୍ନମଧ୍ୟବିତ ପରିବାରର ଲୋକେ, ଯେଉଁମାନେ ପ୍ରଥମ ଓ ଦ୍ୱିତୀୟ ଲହରରୁ ବର୍ତି ଯାଇଛନ୍ତି, ସେମାନେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ବରିଷ୍ଠ ଡାକ୍ତର ତଥା ପରାମର୍ଶଦାତା ଶୀତଲ ଅଗ୍ରୱାଲ କହିଛନ୍ତି, ମହାରାଷ୍ଟ୍ରରେ ‘ଡେଲଟା ପ୍ଲସ’ ଭାରିଆଂଟ ତୃତୀୟ ଲହର ଆଣିପାରେ । ଆପଣ ଜାଣିଥିବେ ଭାରତରେ ‘ଡେଲଟା ଭାରିଆଂଟ’ ଦ୍ୱିତୀୟ ଲହର ଆଣିଥିଲା ଏବଂ ଏହାପରେ ଏହାର ମ୍ୟୁଟେସନ ହୋଇ ‘ଡେଲଟା ପ୍ଲସ’ ଭାରିଆଂଟ ଦେଖା ଦେଇଛି

ଭୂତାଣୁ ବିଶେଷଜ୍ଞମାନେ ଆକଳନ କରୁଛନ୍ତି, ଦୁଇଟି ଲହରର ଶୀର୍ଷ ଭିତରେ ଶହେ ଦିନର ବ୍ୟବଧାନ ରହିଥାଏ । ଏବଂ ଗୋଟିଏ ଲହର କମିବାର ୮ ସପ୍ତାହ ପରେ ପରବର୍ତି ଲହର ଆସିପାରେ । ଏଥିସହ ଶିଶୁମାନେ ଏହାଦ୍ୱାରା ଅଧିକ ସଂଖ୍ୟାରେ ପ୍ରଭାବିତ ହେବାର କମ ସମ୍ଭାବନା ରହିଛି ବୋଲି କହିଛନ୍ତି ।