ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ଖୁବଶୀଘ୍ର ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ପ୍ରଥମ ପର୍ଯ୍ୟାୟ ଟିକା ନେବାର ୨୮ ଦିନ ପରେ ଦିଆଯିବ ଦ୍ୱିତୀୟ ଡୋଜ୍; ମହାରାଷ୍ଟ୍ରରେ ଆରମ୍ଭ ହେଲାଣି ପ୍ରକ୍ରିୟା

259

କନକ ବ୍ୟୁରୋ : ଆଗାମୀ କିଛି ଦିନ ମଧ୍ୟରେ ଆରମ୍ଭ ହେବ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଏନେଇ ପ୍ରସ୍ତୁତି ଆରମ୍ଭ ହେଲାଣି । କେବଳ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅନୁମତିକୁ ଅପେକ୍ଷା । ବ୍ରିହନମୁମ୍ୱାଇ ମୁନିସିପାଲିଟି କରପୋରେସନ୍, ବିଏମସି କ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ୍ ୧୯ ଟିକାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ କରିଛି । ପ୍୍ରଥମ ବ୍ୟାଚ ସ୍ୱେଛାସେବୀମାନେ ସେମାନଙ୍କର ପ୍ରଥମ ଟିକାକରଣର ୨୮ ଦିନ ସରିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ରହିଛି । କୋଭିସିଲଡ୍ ନାମକ ଟିକା ପ୍ରାର୍ଥୀଙ୍କ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ୨୦୦ ସୁସ୍ଥ ସ୍ୱେଛାସେବୀ ଅଂଶଗ୍ରହଣ କରିଥିଲେ ।

ପରୀକ୍ଷା ପରିଚାଳନା କରୁଥିବା ଉଭୟ କିଙ୍ଗ୍ ଏଡୱାର୍ଡ ମେମୋରିଆଲ୍ ଏବଂ ବିଏଲ୍ ନାୟାର ଡାକ୍ତରଖାନା ବର୍ତମାନ ସେମାନଙ୍କର ରିପୋର୍ଟ , ତଥ୍ୟ ନିରାପତା ମନିଟରିଂ ବୋର୍ଡ, ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ୍ ଦାଖଲ କରିବେ । ପ୍ରଥମ ପର୍ଯ୍ୟାୟ ଟିକା ପରୀକ୍ଷାର ୨୮ ଦିନ ବ୍ୟବଧାନ ପରେ କେବଳ ସ୍ୱେଛାସେବୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇପାରିବ । ସେପ୍ଟେମ୍ୱର ୨୬ରେ ଦି୍ୱତୀୟ ପର୍ଯ୍ୟାୟର ପ୍ରଥମ ଡୋଜ୍ କେଏମ୍ ହସ୍ପିଟାଲରେ ୨୦ରୁ ୪୫ ବର୍ଷ ବୟସ୍କ ୩ ଜଣ ସ୍ୱେଛାସେବୀଙ୍କୁ ଦିଆଯାଇଥିଲା ।

ଅକ୍ଟୋବର ୨୩ରେ ସେମାନଙ୍କର ପ୍ରଥମ ଟିକାର ୨୮ ଦିନ ପୂରଣ ହୋଇସାରିଛି । ଏବେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ କୁ ୨୦୦ ସ୍ୱେଛାସେବୀଙ୍କ ଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମଗାଯାଇଛି । ଚିଠି ନଆସିଲେ ୧୦୦ ସ୍ୱେଛାସେବୀଙ୍କ ଠାରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ ବୋଲି କୁହାଯାଇଛି । ଟିକା ପରୀକ୍ଷଣରେ ସାମିଲ ହୋଇଥିବା ସମସ୍ତ ସ୍ୱେଛାସେବୀଙ୍କ ପାଇଁ କୋଟିଏ ଟଙ୍କାର ଜୀବନ ବୀମା କରାଯାଇଛି । ଟିକା କାରଣରୁ କୌଣସି ପ୍ରତିକୂଳ ପାଶ୍ୱର୍ ପ୍ରତିକ୍ରିୟା ଘଟିଲେ ୫୦ ଲକ୍ଷ ଟଙ୍କାର ମେଡିକାଲ ବୀମା ବ୍ୟବସ୍ଥା କରାଯାଇଛି ।