ପୁରୀରେ ପହଞ୍ଚିିଲା ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନବିଭାଗ ମହିପୁର ଅଞ୍ଚଳରୁ ଆସିଛି ୨୫ଟି ରଥକାଠ ।

117

କନକ ବ୍ୟୁରୋ: ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନବିଭାଗ ମହିପୁର ଅଂଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡ଼ିକ ରଥର ଗୟଳ ଓ ଦଣ୍ଡା ପାଇଁ ଓ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇଥିବା ବେଳେ ଚଳିତ ବର୍ଷ ଆଉ ୮ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୨୭ଟି କାଠ ରଥଖଳାରେ ଏବଂ ୩୩ଟି କାଠ କରତ କଳରେ ପହଞ୍ଚି ସାରିଛି ।