ଆଜି ଗୌହାଟିରେ ଖେଳାଯିବ T-20 ତୃତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଦଳରେ ସାମିଲ ହେବେ ଶ୍ରେୟସ ଆୟାର ।

ଆଜି ଗୌହାଟିରେ ଖେଳାଯିବ T-20 ତୃତୀୟ ମ୍ୟାଚ୍ । ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଦଳରେ ସାମିଲ ହେବେ ଶ୍ରେୟସ ଆୟାର ।

କନକ ବ୍ୟୁରୋ: ଆଜି ଗୁଆହାଟୀରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଂଟି । ଏଯାବକ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ଭାରତ ଆଜିର ମ୍ୟାଚରେ ବିଜୟୀ ହୋଇ ୫ ଟିକିଆ ଶୃଂଖଳା ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଶୃଙ୍ଖଳା ପରାଜୟ ବରଣର ବିପଦକୁ ଟାଳିବାକୁ ଚେଷ୍ଟା କରିବ କଙ୍ଗାରୁ ଟିମ୍ । ବର୍ଷାପଡ଼ା ଷ୍ଟାଡିୟମ୍ର ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଆଜି ଶ୍ରେୟସ ଆୟର ମ୍ୟାଚ ଖେଳିବା ନେଇ ସୂଚନା ରହିଛି । ବିଶ୍ୱକପ ଖେଳିଥିବା ଏହି ଖେଳାଳି ଆଜିର ମ୍ୟାଚରେ କମାଲ କରିବେ ବୋଲି ବିଶ୍ୱାସ ରହିଛି । ତେଣୁ ତିଳକ ବର୍ମାଙ୍କୁ ଚୂଡାନ୍ତ ଏକାଦଶରେ ଆଉ ଖେଳିବେ ନାହିଁ । ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ସେଭଳି ଚିନ୍ତା ନାହିଁ । ଆସନ୍ତା ବର୍ଷର ଟେଂଟି୍ୱ-୨୦ ବିଶ୍ୱକପ୍ ପୂର୍ବରୁ ବାମହାତୀ ବ୍ୟାର୍ଟ ରିଙ୍କୁ ସିଂହ ୬ ନମ୍ବର ସ୍ଥାନକୁ ଏକ ପ୍ରକାର ପକ୍କା କରି ସାରିଛନ୍ତି ଏବଂ ଫିନିସର୍ ଭୂମିକାକୁ ଭଲ ଭାବେ ତୁଲାଇବାରେ ସଫଳ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe