କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଚାଲିଛି ଶାରଦୀୟ ପାର୍ବଣ । ନବରାତ୍ରି ଅବସରରେ ସାରା ଦେଶରେ ଚଳଚଂଚଳ ହୋଇଛି ଶକ୍ତିପୀଠ ଓ ମନ୍ଦିର । ଶକ୍ତିପୀଠରେ ନବରାତ୍ରରେ ନଅଟି ବେଶରେ ଦର୍ଶନ ଦେଉଛନ୍ତି ମାଆ । ନବରାତ୍ରର ଆଜି ହେଉଛି ତୃତୀୟ ଦିନ । ବାଲେଶ୍ୱର ସିନେମା ଛକ ନିକଟରେ ଥିବା ମା ଆଦ୍ୟାଶକ୍ତି ମନ୍ଦିର ୩ ଶହ ୫୦ ବର୍ଷର ପୁରୁଣା ।
ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ମା ପୂଜା ପାଉଛନ୍ତି । ଫାଙ୍କା ପଡିଛି ପୀଠ ।ସେହିଭଳି କଟକର ପ୍ରସିଦ୍ଧ ଗଡଚଣ୍ଡୀ ପୀଠରେ ବି ଚାଲିଛି ନବରାତ୍ର ପୂଜା । ଏଠାରେ ବି କୋଭିଟ କଟକଣା ମଧ୍ୟରେ ମା ପୂଜା ପାଉଛନ୍ତି । ମା ଙ୍କ ବିଭିନ୍ନ ବେଶ ଚାଲିଛି ।