ଚୋରି ସୁନା ମୁଦି ବିକ୍ରି କରିବାକୁ ଯାଇ ଧରାପଡିଲା ଚୋର: ଯେଉଁ ଦୋକାନରୁ ଚୋରି କରିଥିଲା, ସେଇଠି ବିକିବା ପାଇଁ ସଂପର୍କୀୟଙ୍କୁ ପଠାଇଥିଲା ଚୋର

Advertisment
ଚୋରି ସୁନା ମୁଦି ବିକ୍ରି କରିବାକୁ ଯାଇ ଧରାପଡିଲା ଚୋର: ଯେଉଁ ଦୋକାନରୁ ଚୋରି କରିଥିଲା, ସେଇଠି ବିକିବା ପାଇଁ ସଂପର୍କୀୟଙ୍କୁ ପଠାଇଥିଲା ଚୋର

କନକ ବ୍ୟୁରୋ: ଚୋରି ସୁନା ବିକ୍ରି କରିବାକୁ ଯାଇ ଧରାପଡିଲା ଚୋର । ପୁଣି ଯେଉଁ ଦୋକାନରୁ ଚୋରି କରିଥିଲା, ସେହି ଦୋକାନରେ ବିକ୍ରି କରିବା ପାଇଁ ସଂପର୍କୀୟଙ୍କ ସହଯୋଗରେ ପଠାଇଥିଲା ଚୋର । ଦୋକାନୀ ନିଜ ଦୋକାନର ସୁନା ମୁଦିକୁ ଚିହ୍ନିପାରି ବିକ୍ରି ପାଇଁ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖିଥିଲେ । ଏହାପରେ ଖୋଳତାଡ କରି ପ୍ରକୃତ ଅଭିଯୁକ୍ତ ପାଖରେ ପହଂଚିଥିଲେ । ଗାଁ ଲୋକମାନେ ଅଭିଯୁକ୍ତକୁ ଧରି ବାଙ୍କୀ ଥାନା ପୁଲିସର ଜିମା ଦେଇଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ପୁରା କାହାଣୀ ସାମ୍ନାକୁ ଆସିଛି । ତେବେ ୨୧ ତାରିଖ ଦିନ ବାଙ୍କି କିଆପଲ୍ଲା ପଂଚାୟତ ତାରିଣୀ ଛକରେ ଏକ ସୁନା ଗହଣା ଦୋକାନରୁ କିଛି ସୁନା ଗହଣା ସହ ୧୨ ହଜାର ଟଙ୍କା ଲୁଟ୍ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଚୋର ନଜ ନିଜ ଗୋଡରେ ଛୁରି ମାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe