ପ୍ରକାଶିତ ହୋଇଯାଇଅଛି + ୨ ବିଜ୍ଞାନ ପରୀକ୍ଷା ଫଳ । ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା
କନକ ବ୍ୟୁରୋ : ୩୧.୦୫.୨୦୨୩ ତାରିଖ ଓଡିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଅଛି । ଉକ୍ତ ପରୀକ୍ଷା ଫଳାଫଳରେ କଟକ ଟାଙ୍ଗିସ୍ଥିତ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଉଭୟ ଟେଟ୍ରାହେଡ୍ରନ୍ ହାଇୟର ସେକେଣ୍ଡାରୀ ସ୍କୁଲ୍ ଏବଂ ଟେଟ୍ରାହେଡ୍ରନ୍ ଓମେନ୍ସ୍ ହାଇୟର ସେକେଣ୍ଡାରୀ ସ୍କୁଲ୍ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଏଥି ମଧ୍ୟରୁ ୨୦ଜଣ ଛାତ୍ରଛାତ୍ରୀ ୯୦%ରୁ ତତୁର୍ଦ୍ଧ ମାର୍କ ରଖି କଲେଜର ଗୌରବ ବଢ଼ାଇଛନ୍ତି । ସେଥିମଧ୍ୟରୁ ଛାତ୍ରମାନଙ୍କ ମଧ୍ୟରେ – ଦିବ୍ୟରଂଜନ ସାହୁ- ୫୬୨ ନମ୍ବର ରଖି ଟେଟ୍ରାହେଡ୍ରନ୍ ହାଇୟର ସେକେଣ୍ଡାରୀ ସ୍କୁଲର ଟପର ହୋଇଥିବା ସ୍ଥଳେ, ପଲ୍ଲୀ ପ୍ରିୟମ୍ବଦା ଭୂୟାଁ ଏବଂ ସ୍ନେହା ସୋମ୍ୟାଶ୍ରୀ ଉଭୟ ୫୫୬ନମ୍ବର ରଖି ଯୁଗ୍ମ ଭାବେ ଟେଟ୍ରାହେଡ୍ରନ୍ ଓମେନ୍ସ ହାଇୟର ସେକେଣ୍ଡାରୀ ସ୍କୁଲର ଟପର ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାଛଡା ଓମ୍ ପ୍ରକାଶ ସାହୁ – ୫୫୪, ପ୍ରତୀକ୍ଷା ରଥ – ୫୫୩, ଅରୁପ ଶତପଥୀ – ୫୫୩, ତୋସାମୟୀ ମୁଦୁଲି – ୫୫୧, ସଂଜୀବ କୁମାର ଜେନା – ୫୫୦, ଶିବ ପ୍ରସାଦ ସାମଲ – ୫୫୦, ଆଶୁତୋଷ ଦାସ – ୫୫୦, ଐଶ୍ୱର୍ୟ୍ୟା ପ୍ରିୟଦର୍ଶିନୀ ସାହୁ- ୫୪୮, ଶୋଭନା ମିଶ୍ର – ୫୪୬, ମନିଷା ବିଶ୍ୱାଳ – ୫୪୫, ରୂପାଲୀ ପ୍ରିୟଦର୍ଶିନୀ ସେଠୀ – ୫୪୪, ଶୁଭଲକ୍ଷ୍ମୀ ଘଡେଇ – ୫୪୩,ଜିଜ୍ଞାସୁ ପରିଡା – ୫୪୩, ଦେବଶ୍ରୀତା ଦାସ – ୫୪୨, ପ୍ରଣବ କୁମାର ରାଉତ – ୫୪୨, କମଳାକାନ୍ତ ଦାସ – ୫୪୨, ପ୍ରିୟବ୍ରତ ଦାସ – ୫୪୧, ଏତଦଭିନ୍ନ ୨୭ଜଣ ୮୯%, ୩୭ଜଣ -୮୮%, ୮୭ଜଣ – ୮୫%, ୧୨୭ଜଣ ୫୦୦ରୁ ତତୁର୍ଦ୍ଧ ମାର୍କ ରଖିଥିବା ସ୍ଥଳେ ୨୧୧ଜଣ -୮୦%, ୩୨୪ଜଣ ୭୫%, ୪୪୨ଜଣ -୭୦% , ପ୍ରଥମ ଶ୍ରେଣୀରେ ସମୁଦାୟ ୬୪୬ଜଣ ଉର୍ତୀର୍ଣ୍ଣ ହୋଇଥିବା ସ୍ଥଳେ ୯୨ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୦ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇ କଲେଜକୁ ଗୌରବ ମଣ୍ଡିତ କରିଛନ୍ତି ।
ଏହି ଅପୂର୍ବ ସଫଳତା ଉପଲକ୍ଷେ ଶିକ୍ଷାନୁଷ୍ଠାନ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଦେବ ବେହେରା ପିଲାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଏବଂ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନିଜର କୃତଜ୍ଞତା ଜଣାଇବା ଅବସରରେ ଚଳିତ ବର୍ଷ ନିଟ୍ ପରୀକ୍ଷାରେ କଲେଜର ୫୫ ରୁ ୬୦ଜଣ ଛାତ୍ରଛାତ୍ରୀ ସଫଳତା ପାଇବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।