ଲୁଟେରାଙ୍କ ଆତଙ୍କ : ଘରେ ପଶି ବେକରେ ଛୁରୀ ଲଗାଇ କଳାକନା ବୁଲାଇଲେ ଦୁବୃର୍ତ୍ତ; ସ୍ଥାନୀୟ ଅଂଚଳରେ ଭୟର ବାତାବରଣ

171

କନକ ବ୍ୟୁରୋ : ଆଠଗଡ ଖୁଂଟୁଣି ଅଂଚଳରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ୱିତ ରାତିରେ ଘରେ ପଶି ବେକରେ ଛୁରୀ ଲଗାଇ ଦୁବୃର୍ତ୍ତ ଲୁଟି ନେଇଛନ୍ତି ଟଙ୍କା ଓ ସୁନା ଗହଣା । ଖୁଂଟୁଣି ଅଂଚଳର ଖମାର ନୂଆଗାଁ ଅଂଚଳରେ ଲଛମନ ରାଉତଙ୍କ ଘରେ ଏପରି ଲୁଟ୍ କରି କଳାକନା ବୁଲାଇଛନ୍ତି ଲୁଟେରା । ଖୁଂଟୁଣି ପୋଲିସ ପାଇଁ ଏହି ଲୁଟ୍ ଘଟଣା ଲୁଟେରାଙ୍କ ଖୋଲା ଚ୍ୟାଲେଂଜ ପରି ହୋଇଛି ।

କାରଣ କିଛି ଦିନ ତଳେ ଖୁଂଟୁଣି ଥାନା ଅନ୍ତର୍ଗତ ଦ୍ୱାରବତୀପୁରରେ ୬ ଜଣ ଲୁଟେରା ସମାନ ଢଙ୍ଗରେ ଘରେ ପଶି ଆକ୍ରମଣ କରି ଲୁଟ୍ କରିଥିଲେ । କିନ୍ତୁ ଏହି ଘଟଣାରେ ଲୁଟେରାଙ୍କ କୌଣସି ଟେର ପାଇନଥିଲା ପୋଲିସ, ଏତିକି ବେଳେ ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।