କନକ ବ୍ୟୁରୋ: ରାଜଧାନୀରେ ଛାତି ଥରାଉଛନ୍ତି ଆପାର୍ଟମେଂଟ ଲୁଟେରା । ଗତକାଲି ପାହାଳ ଥାନା ଅଂଚଳରେ ଥିବା କଲ୍ୟାଣି ହାଇଟ୍ସରେ ଲୁଟପାଟ୍ କରିଥିଲେ ଲୁଟେରା । ଆଜି ପୁଣି ଭୁବନେଶ୍ୱରର ଆପାର୍ଟମେଂଟରେ ଲୁଟ୍ । ମଂଚେଶ୍ୱର ଥାନା ଅଧିନ କଳାରାହାଙ୍ଗରେ ଥିବା ସତ୍ୟବାଦୀ ରେସିଡେଂସିରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଂଟରେ ଥିବା ୧୦୪ ଓ ୩୦୧ରେ ପଶି କଳାକନା ବୁଲାଇ ଦୁର୍ବୃତ ଚମ୍ପଟ ମାରିଛନ୍ତି । ଅଭିଯୁକ୍ତଙ୍କପୁରା କାରନାମା ସିସିଟିଭିରେ କଏଦ ହୋଇଛି ।
ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କରାଜ: ପୁଣି ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଲୁଟ୍
/kanak/media/post_attachments/wp-content/uploads/2024/02/7-1.jpg)