ଏକତରଫା ପ୍ରେମର ଭୟଙ୍କର ପରିଣତି । ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

Advertisment
ଏକତରଫା ପ୍ରେମର ଭୟଙ୍କର ପରିଣତି । ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

କନକ ବ୍ୟୁରୋ: ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ୟୁପିରେ । ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରୁ ଆସିଥିବା ଖବର ମୁତାବକ, ଏକତରଫା ପ୍ରେମରେ ପଡି ଜଣେ ଯୁବକ ପ୍ରେମିକା ସହ ତାଙ୍କ ପରିବାରର ୪ଜଣଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଛି । ଏହାପରେ ନିଜେ ଆତ୍ମହତ୍ୟା କରିଛି ପ୍ରେମିକ ଯୁବକ ।

ପୋଲିସର ପ୍ରାଥମିକ ସୂଚନା ମୁତାବକ, ଯୁବକ ଜଣକ ଅଚଲପୁର ଗାଁର ରାମନାଥଙ୍କ ୧୮ ବର୍ଷର ଝିଅକୁ ବିବାହ କରିବାକୁ ତାଙ୍କ ଉପରେ ଚାପ ପକାଉଥିଲେ ହେଲେ ଏଥିରେ ଉଭୟ ଝିଅ ଓ ତାଙ୍କ ବାପା ରାଜି ନହେବାରୁ ଯୁବକ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲା । ଏହି ଅଘଟଣର ଶିକାର ହୋଇଥିବା ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe