କନକ ବ୍ୟୁରୋ: ଯାଜପୁର ଜିଲ୍ଳାର ଧର୍ମଶାଳା ତହସିଲରେ ୨୭ଟି ସଇରାତର ଟେଣ୍ଡର ଏଗ୍ରୀମେଂଟ ପଦ୍ମ ଘୁଂଚି ଘୁଂଚି ଯାଉଛି । ୭ ମାସ ପରେ ବି ପୁରା ହୋଇପରୁନି ଟେଣ୍ଡର ପ୍ରକ୍ରିୟା । ଅର୍ଥ ଦାଖଲ କରି ହାତବାନ୍ଧି ବସିଛନ୍ତି କ୍ୱାରୀ ମାଲିକ । ସେପଟେ ବିଛାଖଣ୍ଡି କଳାପଥର ଖାଦାନ ସମ୍ପର୍କରେ ଲୋକାୟୁକ୍ତରେ ଅଭିଯୋଗ ପରେ ସୀମା ନିର୍ଦ୍ଧରଣ କରି କାମ ସାରି ଦେଇଛି ଭିଜିଲାନ୍ସ ବିଭାଗ । ଜିଲ୍ଳାପାଳ କହିଛନ୍ତି, କ୍ଲଷ୍ଟର କ୍ଲିଅରାନସ ଆସିଲେ ନିଲାମ ହେବ ସଇରାତର ଏଗ୍ରୀମେଂଟ ।
ଧର୍ମଶାଳା ତହସିଲର ଅଧିନରେ ଥିବା ବିଭିନ୍ନ କଳାପଥର ପାହାଡ ଗୁଡିକ ଦୀର୍ଘ ମିଆଦି ସୂତ୍ରରେ ଲିଜ ଦିଆଯାଏ । ଏହି କ୍ରମରେ ଗତ ଫେବୃଆରୀରେ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟାକୁ ସିଙ୍ଗଲ୍ ବିଡର କହି ବାତିଲ କରିଥିଲା ପ୍ରଶାସନ । ମେ’ ମାସରେ ପୁନର୍ବାର ୨୭ ଟି ସଇରାତର ଟେଣ୍ଡର ଡକାଯାଇ ପ୍ରକ୍ରିୟା ଚୂଡାନ୍ତ ହୋଇଛି । ଟେଣ୍ଡର କସନ ମନି ବାବଦକୁ ବିଡରମାନେ ଲକ୍ଷଲକ୍ଷ ଟଙ୍କା ଦାଖଲ କରିଛନ୍ତି । କିନ୍ତୁ ଏଯାଏଁ ସେମାନଙ୍କ ସହ ଏଗ୍ରିମେଂଟ କରାଯାଉନାହିଁ । ଏଠାରେ ପ୍ରଶ୍ନ ଉଠୁଛି-
୭ମାସ ଭିତରେ ଟେଣ୍ଡର ଚୂଡାନ୍ତ ହୋଇଥିଲେ ମଧ୍ୟ ଏଗ୍ରିମେଂଟ ହେଉନାହିଁ କାହିଁକି?
ମାଇନ୍ସ କ୍ଲିଅରାନସ ନଆଣି କାହିଁକି ଟେଣ୍ଡର କରାଯାଉଛି?
କ୍ଲଷ୍ଟର ମାଧ୍ୟମରେ କଳାପଥର ଖାଦାନ ଗୁଡିକରେ ହେଉଥିବା ଦୁର୍ନିତୀକୁ ରୋକିବାରେ ପ୍ରଶାସନ ସଫଳ ହେବ ତ?
ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି, ଆରୁହା, ଡଙ୍କାରୀ, ଚଡେଇଧରା, ବାଘୁଆ, ରାହାଡପୁର, ବିଛାଖଣ୍ଡି ଅଂଚଳରେ କଳପଥର ଖାଦାନ ରହିଛି । ଏଥିରୁ ପ୍ରତବର୍ଷ ବିପୁଳ ପରିମାଣର ରାଜସ୍ୱ ପାଉଛି ପ୍ରଶାସନ । କିନ୍ତୁ ଲିଜ ବାହାରେ ଅନେକ ସ୍ଥାନରେ ବେଆଇନ ଖାଦାନ ଖନନ ଚାଲିଛି । ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଅନ୍ୟପଟରେ ଲିଜଧାରୀମାନେ ମଧ୍ୟ ନିୟମ ଉଲଂଘନ କରି ୩ ଶହରୁ ୪ ଶହ ମିଟର ଗଭୀରରୁ ପଥର ଉତୋଳନ କରି ବିକି ଚାଲିଛନ୍ତି । ଏନେଇ ନିକଟରେ ବିଛାଖଣ୍ଡି ପାହାଡ ସମ୍ପର୍କରେ ଲୋକାୟୁକ୍ତରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ସରଜମିନ ତଦନ୍ତ କରି ସୀମା ନିର୍ଦ୍ଧାରଣ କରାଯାଇଛି ।
ପ୍ରଶାସନ ତୁରନ୍ତ ସଇରାତ ଗୁଡିକର ସୁରକ୍ଷା ଓ ଏହାର ବ୍ୟବସାୟିକ ଦିଗ ପ୍ରତି ଦୃଷ୍ଟି ଦେଲେ ସରକାରଙ୍କ ରାଜସ୍ୱ ଧାର୍ଯ୍ୟ ଲକ୍ଷ ପୂରଣ ହେବା ସହ ବେଆଇନ ପଥର କାରବାର ଉପରେ ରୋକ ଲାଗିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/40-3.jpg)