କନକ ବ୍ୟୁରୋ : ନଭେମ୍ବର ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନରେ ରାଜ୍ୟସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂଆ ଗାଇଡଲାଇନ ଆନୁସାରେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ମନ୍ଦିର ଖୋଲିବପାରିବ । ଏହି ସମୟରେ ମନ୍ଦିର କର୍ତ୍ତୃପକ୍ଷ କୋଭିଡ ନିୟମ ପାଳନ କରିବେ । ଅନୁମତି ନେଇ ମନ୍ଦିରରେ ପୂଜା ବି କରିପାରିବେ ।
କୋଭିଡ ଯୋଗୁଁ ମାର୍ଚ୍ଚ ମାସରୁ ରାଜ୍ୟରେ ସବୁ ମନ୍ଦିର ବନ୍ଦ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପକ୍ଷରେ କାର୍ତ୍ତିକ ମାସ ଆରମ୍ଭ ହୋଇଯାଇଛି, ଏହି ସମୟରେ ମନ୍ଦିର ମାନଙ୍କରେ ଭିଡ ହେବାର ଆଶଙ୍କା ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି ନିଷ୍ପ୍ତି ନେବେ ।
ତେବେ ନୂଆ ଗାଇଡଲାଇନରେ ସ୍କୁଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ନଭେମ୍ବର ୧୬ରୁ ସ୍କୁଲ ଖୋଲିବ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲ ଆସିବେ । ସେହିପରି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି ।