ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ମତ ସଂଗ୍ରହ କରୁଛି ଶ୍ରୀମନ୍ଦିର ପ୍ରଶାସନ  । ପୁରୀର ବିଭିନ୍ନ ଅନୁଷ୍ଠାନ, ବୃଦ୍ଧଜୀବୀ ଓ ଗାଡ଼ି ଚାଳକ ସଂଘ ସହ ବିଚାର ବିମର୍ଷ

131

କନକ ବ୍ୟୁରୋ : କରୋନା କଟକଣା ଭିତରେ ଖୋଲିବ କି ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ସଂପର୍କରେ ରାଜ୍ୟ ସରକାରଙ୍କ ନିର୍ଦେଶ ପାଇବା ପରେ ସେବାୟତ ଓ ବିଭିନ୍ନ ସଂଘର ମତ ସଂଗ୍ରହ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଗତ ୧୦ ତାରିଖରୁ ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି ପ୍ରସାସନ । ପ୍ରଥମେ ସେବାୟତଙ୍କ ଠାରୁ ମତ ନିଆଯାଇଥିଲା ।

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀର ବିଭିନ୍ନ ଅନୁଷ୍ଠାନ, ସହରର ବୁଦ୍ଧଜୀବୀ ଓ ଗାଡି ଚାଳକ ସଂଘ ସହ ବିଚାର ବିମର୍ଷ ଆରମ୍ଭ କରିଛନ୍ତି । କୋଭିଡ କଟକଣା ଯୋଗୁଁ ଏକାଠି ଗୋଟିଏ ସ୍ଥାନରେ ନବସି ପର୍ଯ୍ୟାୟ କ୍ରମେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରାଯାଉଛି । କରୋନା ଯୋଗୁଁ ତାଲାବନ୍ଦ ଆରମ୍ଭ ହେବା ଦିନ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । କେବଳ ଶ୍ରୀମନ୍ଦିର ନୁହେଁ, ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି ।