କନକ ବ୍ୟୁରୋ : ଅସହ୍ୟ ଖରାରେ ସିଝୁଛି ସାରା ଓଡ଼ିଶା । ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୁଧବାର ପୁଣିଥରେ ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଛି ସୋନପୁର । ସୋନପୁରର ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଚଳିତ ବର୍ଷ ରାଜ୍ୟର ଏହା ସବୁଠୁ ଅଧିକ ତାପମାତ୍ରା ।
ସେହିପରି ବଲାଙ୍ଗୀରର ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ରହିଛି ତାପମାତ୍ରା । ମୋଟ ୬ଟି ସହରରେ ୪୩ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ରହିଛି ପାରଦ । ମଧ୍ୟାହ୍ନରେ ଆକାଶରୁ ଅଗ୍ନିବର୍ଷା ହେଉଛି । ପ୍ରବଳ ଗରମ ଯୋଗୁଁ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ୨ ଦିନ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ କମିବା ନେଇ ଆଳକନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ୨୪ ତାରିଖ ପରେ ପୁଣିଥରେ ସାରା ରାଜ୍ୟରେ ତାତି ବଢ଼ିବା ଆକଳନ କରାଯାଇଛି ।
ସେପଟେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉକ୍ରଟ ହେଉଛି ଜଳ ସମସ୍ୟା । ଲୋକଙ୍କୁ ପିଇବା ପାଣି ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗିରା ଗାଁ ଲୋକେ ପାଣି ପାଇଁ ଦୁଇ କିଲୋମିଟର ପାହାଡ଼ ଚଢୁଛନ୍ତି । ସେହିପର କେନ୍ଦ୍ରାପଡା ଅବଦୁଲପୁରୁ ଗାଁରେ ପାଣି ପାଇଁ ରାତି ୩ଟାରୁ ଲମ୍ବା ଲାଇନ ଦେଉଛନ୍ତି ମହିଳା