ରାଜ୍ୟରେ କାଲିଠୁ ଆହୁରି ବଢ଼ିବ ତାତି । ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । 

153

କନକ ବ୍ୟୁରୋ: କାଲିଠୁ ରାଜ୍ୟକୁ ପୁଣି ଫେରିବ ତାତି  । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ  । କେତେକ ସ୍ଥାନରେ ୪୦ ଡିଗ୍ରୀ ପାର୍ କରିବ ପାରଦ  । ନିମ୍ନ ଚାପ ରେଖା ଓ କାଳବୈଶାଖୀ ପାଇଁ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ପୁଣି ପ୍ରବଳ ଗରମ ଅନୁଭୂତ ହେବ  । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି  ।

୨ ତାରିଖଠାରୁ ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢ଼ିବ  । ଗରମ ସହ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ  । ରାତି ତାପମାତ୍ରା ବୃଦ୍ଧି ପାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥିବା କହିଛନ୍ତି ପାଣିପାଗ ବିଜ୍ଞାନି ଉମାଶଙ୍କର ଦାସ  । ଗରମ ପାଇଁ ସନଷ୍ଟ୍ରୋକ୍ ଓ ଡାଇରିଆ ବ୍ୟାପୀବାର ଆଶଙ୍କା ଥିବାରୁ ଟ୍ୱିଟ୍ କରି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା  । ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି  । ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତୁତ ରଖିବା ସହ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ  ।