ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା । ବାଲେଶ୍ୱର, ଅନୁଗୁଳରେ ଅସହ୍ୟ ତାତି ।

175

କନକ ବ୍ୟୁରୋ: ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା । ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି ସେତିକି ନୁହେଁ, ବାଲେଶ୍ୱର ସହିତ ଅନୁଗୁଳରେ ମଧ୍ୟ ସକାଳୁ ତାତି ବଢିଛି । ଅନୁଗୁଳରେ ବି ତାପମାତ୍ରା ୩୬ ଡିଗ୍ରୀ ରହିଛି । ମିଳିଥିବା ସୂଚନା ମୁତାବକ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ, ବାରିପଦା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡାରେ ୩୪.୨ ଡିଗ୍ରୀ ଏବଂ ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।