କନକ ବ୍ୟୁରୋ: ଫେବୃଆରୀ ପ୍ରଥମ ସପ୍ତାହ ହୋଇଛି । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାପମାତ୍ରା । ବିଶେଷଜ୍ଞ କହିଛନ୍ତି, ପ୍ରଶାନ୍ତ ମହାସାଗରରେ ଏଲନିନୋର ପ୍ରଭାବରେ ତାତି ବଢୁଛି । ଅଧିକାଂଶ ସ୍ଥାନର ତାପମାତ୍ରା ୩୦ ଡିଗ୍ରୀ ପାର କରିସାରିଲାଣି । ଏହାକୁ ନେଇ ଅସ୍ତବ୍ୟସ୍ତ ହେଲେଣି ଲୋକେ ।

  • ମାଘରୁ ମାଡି ଆସିଲାଣି ଖରା 
  • ୩୦ ଡିଗ୍ରୀ ଉପରେ ପାରଦ  

ଯେତେବେଳେ ବାଘ ଭଳି ଥଣ୍ଡା ଅନୁଭୂତ ହେବା କଥା, ସେତିକିବେଳେ ଅନୁଭୂତ ହେଲାଣି ଖରା । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ପାର କରିସାରିଲାଣି । ସୋମବାର ଟିଟିଲାଗଡରେ ୩୪ ଡିଗ୍ରୀ ଉପରେ ତାପମାତ୍ରା ଥିବାବେଳେ, ମଙ୍ଗଳବାର ୩୩ ଡିଗ୍ରୀ ଉପରେ ରହିଛି । ସେହିପରି ଭବାନୀପାଟଣା, ମାଲକାନଗିରି, ତାଳଚେର ଓ ପାରଳାଖେମୁଣ୍ଡି ସମେତ ଅନେକ ସ୍ଥାନରେ ୩୦ଡିଗ୍ରୀ ଉପରେ ରହିଛି । ମାଘ ମାସରେ ଏଭଳି ଖରା ଦେଖି ଅସ୍ତବ୍ୟସ୍ଥ ହେଲେଣି ଲୋକେ ।

ଫେବ୍ର୍ରୁଆରୀ ପ୍ରଥମ ସପ୍ତାହରୁ ତାତି ବଢ଼ିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବିଜ୍ଞାନୀ । କହିଛନ୍ତି, ପ୍ରଶାନ୍ତ ମହାସାଗରେ ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ । ତାପମାତ୍ରା ବଢୁଛି, ଏବେଠୁ ଗରମ ଅନୁଭୂତ ହେଉଛି । ତେବେ ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କୁହାଯାଉଛି ।