କନକ ବ୍ୟୁରୋ: ସୂର୍ଯ୍ୟଙ୍କର ଉତରାୟଣ ଗତି ଯୋଗୁଁ ରାଜ୍ୟରେ ବଢିଛି ତାପମାତ୍ରା । ସାଧାରଣତଃ ମେ ମାସରେ ରାଜ୍ୟର ତାପମାତ୍ରା ବଢୁଥିବାବେଳେ ଏଥର ଅପ୍ରେଲ ମଧ୍ୟଭାଗରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟର ପ୍ରାୟ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଉ ସୋନପୁର ସବୁ ସୀମାକୁ ପାର କରି ଯାଇଥିଲା । ଗୁରୁବାର ଦେଶର ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ରହିଥିଲା । ସହରର ତାପମାତ୍ରା ବଢ଼ିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟା ହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।
ସୋନପୁର ପାଖରେ ମହାନଦୀ ପ୍ରବାହିତ ହେଉଛି ସତ ହେଲେ ଅନେକ ଦିନ ଶୁଖିଲା ରହୁଛି ନଦୀ । ନଦୀ ଶୁଖିଲା ପଡିବା ସହ ଗ୍ରୀଷ୍ମ ଦିନରେ ନଦୀର ବାଲି ଓ ନଦୀରେ ଥିବା ପଥର ଉତାପକୁ ଟାଣି ଧରିକି ରଖୁଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା ପରିବେଶବିତ କହିଛନ୍ତି ।
ଆଗକୁ ୪-୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । କଳକାରଖାନା ନଥିବ, ଅଧିକ ଗାଡି ଗଡୁନଥିବ ଅଂଚଳ ସମେତ ସମୁଦ୍ରଠାରୁ ବହୁ ଦୁରରେ ଥିବା ଅନେକ ଅଂଚଳରେ ବି ଏବେ ତାପମାତ୍ରା ବଢୁଛି । ଯାହାକି ଚିନ୍ତାର ବିଷୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/pjimage-24.jpg)