ରାଜ୍ୟରେ ଫେରିବ ତାତି: କାଲିଠୁ ପରବର୍ତ୍ତୀ ୪ ଦିନ ଯାଏଁ ତାପମାତ୍ରା ୬ରୁ ୮ ଡିଗ୍ରୀ ଛୁଇଁବା ସମ୍ଭାବନା

211

କନକ ବ୍ୟୁରୋ: ରାଜ୍ୟରେ ଫେରିବ ତାତି । କାଲିଠୁ ପରବର୍ତୀ ୪ ଦିନ ଯାଏଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୪ ଘଂଟା ଯାଏଁ ପାଗରେ ପରିବର୍ତନ ହେବାର ନାହିଁ । କିନ୍ତୁ ଏହାପରେ ଅର୍ଥାତ୍ ଆସନ୍ତାକାଲି ଠାରୁ ପରବର୍ତୀ ୪ରୁ ଦିନ ଯାଏଁ ଦିନର ତାପମାତ୍ରା ପ୍ରାୟ ୬ରୁ ୮ ଡିଗ୍ରୀ ଯାଏଁ ବଢିବାର ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖ ବେଳକୁ ତାତି ପିକ୍ରେ ପହଂଚିବ ବୋଲି ଅନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।