କନକ ବ୍ୟୁରୋ : କଲବଲ କରୁଛି ତାତି ସାଙ୍ଗକୁ ଗୁଳୁଗୁଳି । ସକାଳୁ ସକାଳୁ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଯାଇଛି । ସକାଳ ୮.୩୦ ସୁଦ୍ଧା ଭବନୀପାଟଣାରେ ୩୯ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ତାପମାତ୍ରା ବୃଦ୍ଧି କାରଣରୁ ସନ୍ତୁଳି ହେଉଛନ୍ତି ଲୋକେ ।
ସେହିପରି ଟିଟଲାଗଡରେ ସକାଳ ସାଢେ ୮ଟା ସୁଦ୍ଧା ୩୮ଡିଗ୍ରୀ, ବଲାଙ୍ଗୀର ୩୭.୪ ଡିଗ୍ରୀ, ସୋନପୁର ଓ ଝାରସୁଗୁଡାରେ ୩୬.୬ ଡିଗ୍ରୀ, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ବୌଦ୍ଧ ୩୬ ଡିଗ୍ରୀ । ରାଉରକେଲା ଓ ବରଗଡ ତାପମାତ୍ରା ୩୫.୪ ଡିଗ୍ରୀ, ତାଳଚେର ୩୪.୪, ସୁନ୍ଦରଗଡ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/weather-1714018640290.jpg)