ରାଜ୍ୟର ୯ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ । ଅସହ୍ୟ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି । ଏହି ସବୁ ଜିଲ୍ଲା ପାଇଁ ଜାରି ହେଲେ ଅରେଞ୍ଜ ଓ୍ୱାର୍ଣ୍ଣିଂ ।

ରାଜ୍ୟର ୯ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ । ଅସହ୍ୟ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି । ଏହି ସବୁ ଜିଲ୍ଲା ପାଇଁ ଜାରି ହେଲେ ଅରେଞ୍ଜ ଓ୍ୱାର୍ଣ୍ଣିଂ ।

କନକ ବ୍ୟୁରୋ: ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼ ଭଳି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଆଦ୍ରତା ୮୦ % ରୁ ଅଧିକ ରହିଛି । ଏହି ଜିଲ୍ଲା ଗୁଡିକରେ ପ୍ରଚଣ୍ଡ ଗୁଳୁଗୁଳି ରହିବାର ସମ୍ଭାବନା ରହିଛି। କିନ୍ତୁ ଏହି ସବୁ ଜିଲ୍ଲା ଗୁଡିକ ଠାରୁ ରାଉରକେଲା ତାପମାତ୍ରା ବେଶ୍ ଅଧିକ ରହିଥିଲା। ଆସନ୍ତାକାଲି ୪୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ବେଳେ ଗୁଳୁଗୁଳି କମ୍ ରହିଥିଲା । ଯଦି ଏପରି ଗରମ ଗୁଳୁଗୁଳି ରେ ଲଗାତାର ଭାବେ ବାହାରେ କମ କଲେ ଅଂଶୁଘାତର ଶିକାର ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି , ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ତେବେ ଯଦି ଜଣେ ସାଧାରଣ ଲୋକ ଦୁଇଦିନ ଖରାରେ କାମ କରିବ ତେବେ ଦେହ ଖରାପ ହେବାର ସମ୍ଭାବନା ରହିଛି। ଯେତେବେଳେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ତାହାକୁ ଗୁରୁତର ସହିତ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଲଗାତାର ଭାବେ ଖରାରେ କାମ କରନ୍ତୁ ନାହିଁ । ନିଜକୁ ନିଜେ ତାତିରୁ ରକ୍ଷା କରିବା ର ଆବଶ୍ୟକ ରହିଛି ବୋଲି କହିଛନ୍ତି ମନୋରମା ମହାନ୍ତି ।

ଆସନ୍ତାକାଲି ଉପକୂଳର୍ବୀ ଜିଲ୍ଲା ଗୁଡିକର ନିର୍ବାଚନ ରହିଛି, ସେହି ଜିଲ୍ଲା ଗୁଡିକରେ ଅଧିକ ଗୁଳୁଗୁଳି ହେବାର ସମ୍ଭାବନା ରହିଛି, ଯଦିଓ ତାପମାତ୍ରା ଅଧିକ ରହିବ ନାହିଁ କିନ୍ତୁ ଗୁଳୁଗୁଳି ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଲୋକମାନେ ସାବଧାନ ରହିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରେ ୯ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ତା ସହିତ ଝାରସୁଗୁଡ଼ାରେ ସର୍ବାଧିକ ୪୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ତିନି ଦିନ ଯାଏଁ କିଛି କିଛି ଜାଗାରେ ଅଧିକ ତାପମାତ୍ରା ହେବାର ସମ୍ଭାବନା ରହିଛି।ସେ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡିରେ ଅଧିକ ହିଟ୍ ୱେଭ୍ ହେବାର ସମ୍ଭାବନା ରହିଛି ‌। ସେଥିପାଇଁ ଆଜି ଏବଂ କାଲି ପାଇଁ ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ପାଞ୍ଚଦିନ ଯାଏଁ ଉପକୂଳର୍ବୀ ଜିଲ୍ଲା ଗୁଡ଼ିକରେ ଗୁଳୁଗୁଳି ଅଧିକ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe