କନକ ବ୍ୟୁରୋ: ବିଜେପିର କାମ ନିର୍ବାଚନ ବେଳେ ସାମ୍ପ୍ରଦାୟିକ ହିଂସା କରିବା । ଏପରି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ନେଇ ଧାରଣାରେ ବସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିଜେପିକୁ କରିଛନ୍ତି ଟାର୍ଗେଟ । କେନ୍ଦ୍ର ସରକାରଙ୍କ ଚାଷି ପ୍ରତି ଅଣ ସମ୍ବେଦନଶୀଳ ବ୍ୟବହାରକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସମେତ ପୁରା କ୍ୟାବିନେଟ ଧାରଣାରେ ବସିଛନ୍ତି ।
କେନ୍ଦ୍ର ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ନେଇ ଧାରଣାରେ ବସିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । କହିଲେ, ଚାଷିଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ । କେନ୍ଦ୍ର ସରକାର ବିରୋଧରେ ହୋଇଥିବା ଆନ୍ଦୋଳନରେ ତେଲେଙ୍ଗାନାର ପୁରା ମନ୍ତ୍ରୀମଣ୍ଡଳ ସାମିଲ ହୋଇଛନ୍ତି । ସେହିପରି ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ କେନ୍ଦ୍ର ସରକାର ଚାଷିଙ୍କ ପ୍ରତି ସମ୍ବେଦନଶିଳ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର । କେନ୍ଦ୍ର ସରାକଙ୍କୁ ଟାର୍ଗେଟ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି-
“ନିର୍ବାଚନ ବେଳେ ହିନ୍ଦୁ-ମୁସଲିମ୍ ପ୍ରସଙ୍ଗ, ପାକିସ୍ତାନ ପ୍ରସଙ୍ଗ ଉଠାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରେ ବିଜେପି.. ସାମ୍ପ୍ରଦାୟିକ ହିଂସା, ସୀମାର ସର୍ଜିକାଲ ଷ୍ଟ୍ରାଇକ୍ର ଡ୍ରାମା ଦେଖାଏ.. ହେଲେ ଆମ ଖାଇବା ଥାଳିକୁ ଅନ୍ନ ଯୋଗାଉଥିବା ଚାଷୀ ପାଇଁ କଠୋର ପାଲଟିଯାଏ ସରକାର.. ଏହା କିପରି ଶାସନ..”
୫୦ ଦିନ ଆଗରୁ ତେଲେଙ୍ଗାନା ସରକାର, କେନ୍ଦ୍ର ସରକାରଙ୍କୁ ଧାନ କିଣା ପ୍ରକ୍ରିୟା ନେଇ ସମୟ ସୀମା ଧାର୍ଯ୍ୟ କରିବାକୁ ଆବେଦନ କରିଥିଲେ । ମାତ୍ର ତାଙ୍କ ଆବେଦନକୁ ୫୦ ଦିନ ଧରି ଅଣଦେଖା କରି ଆସୁଛନ୍ତି ମୋଦୀ ସରକାର । ଏଥିପାଇଁ ନିଜ ଦଳର ସମସ୍ତ ନେତା, ସବୁ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ନେଇ ଧାରଣା ଦେଇଛନ୍ତି କେ. ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨୦୦୬ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୫୨ ଘଂଟା ଧରି ଧାରଣାରେ ବସି ଥିଲେ ।
ଚାଷିଙ୍କ ସମସ୍ୟା ନେଇ ଖୋଦ ମୁଖମନ୍ତ୍ରୀ ଆନ୍ଦୋଳନ କୁ ଓହ୍ଲାଇବା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖିବାକୁ ବାକି ମୁଖ୍ୟମନ୍ତ୍ରୀଙ୍କ ଧାରଣା ପରେ କେନ୍ଦ୍ର ସରକାର କଣ ନିଷ୍ପତି ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/KCR_Telangana_CMO_latest.jpg)