ମୃତ ବାପାଙ୍କ ନାଁରେ ନୋଟିସ୍ । ବାତ୍ୟା ‘ଫନି’ ସହାୟତା ବାବଦକୁ ମିଳିଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ କରି ଧମକ ଦେଉଛି ତହସିଲ୍ । ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା...

Advertisment
ମୃତ ବାପାଙ୍କ ନାଁରେ ନୋଟିସ୍ । ବାତ୍ୟା ‘ଫନି’ ସହାୟତା ବାବଦକୁ ମିଳିଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ କରି ଧମକ ଦେଉଛି ତହସିଲ୍ । ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା...
କନକ ବ୍ୟୁରୋ: ମୃତ ବାପାଙ୍କ ନାଁରେ ଆସିଛି ନୋଟିସ । ଟଙ୍କା ଫେରସ୍ତ ପାଇଁ ଦିବ୍ୟାଙ୍ଗ ପୁଅକୁ ଆଇନର ଧମକ ଦିଆଯାଉଛି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡ଼ା ତହସିଲ ଅର୍ନ୍ତଗତ ବାମନାଳ ରାଜସ୍ୱ ଗାଁରୁ ।
ମୃତ ବାପାଙ୍କ ନାଁରେ ନୋଟିସ୍ । ବାତ୍ୟା ଫନି ସହାୟତା ବାବଦକୁ ମିଳିଥିବା ଟଙ୍କା ଫେରସ୍ତ ପାଇଁ ନୋଟିସ କରି ଧମକ ଦେଉଛି ତହସିଲ୍ । ଅଭିଯୋଗ ଅନୁସାରେ, ଫନି ବାତ୍ୟାରେ ନିମାପଡ଼ା ବାମନାଳ ଦଳିତ ସାହିର ଶଙ୍କର ଭୋଇଙ୍କର ୪ ବଖରା ଘର ଭାଙ୍ଗି ଯାଇଥିଲା । ଶଙ୍କରଙ୍କୁ ୨ଟି କିସ୍ତିରେ ୯୫ ହଜାର ୧୦୦ ଟଙ୍କା ଘର ଭଙ୍ଗା ସହାୟତା ମିଳିଥିଲା । ତେବେ ଦେଢ ବର୍ଷ ହେବ ଶଙ୍କରଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଆକାଉଂଟକୁ ଆସିଥିବା ଟଙ୍କା ତାଙ୍କର ନୁହେଁ ବୋଲି ଦର୍ଶାଇ ଫେରସ୍ତ ପାଇଁ ନୋଟିସ୍ କରିଛନ୍ତି ତହସିଲଦାର । ଆଉ ବାପାଙ୍କ ମୃତ୍ୟୁ ହୋଇଥିବାରୁ ଟଙ୍କା ଫେରସ୍ତ ପାଇଁ ଦିବ୍ୟାଙ୍ଗ ପୁଅ ଲକ୍ଷ୍ମୀଧର ଭୋଇକୁ ଦିଆଯାଉଛି ଆଇନର ଧମକ ।
ସେପଟେ ନିମାପଡା ତହସିଲଦାର କହିଛନ୍ତି ସେହି ଗାଁରେ ଶଙ୍କର ଭୋଇ ନାଁ ଆଉ ଜଣେ ବ୍ୟକ୍ତି ଅଛନ୍ତି । ଭୁଲରେ ଶଙ୍କରଙ୍କ ଆକାଉଂଟକୁ ଟଙ୍କା ଦିଆଯାଇଛି । ତେଣୁ ଟଙ୍କା ଫେରସ୍ତ କରିବାକୁ ନୋଟିସ କରାଯାଇଛି । ଟଙ୍କା ନଫେରାଇଲେ ପରିବାର ଲୋକଙ୍କ ନାମରେ ମକଦ୍ଦମା କରାଯିବ ।
ତେବେ ଫନୀ ବାତ୍ୟା ଘର ଭଙ୍ଗା ସହାୟତା ପ୍ରଦାନ ନିମନ୍ତେ ହିତାଧିକାରୀ ଚୟନ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ସେହି ଟିମ୍ ଘରକୁ ଘର ବୁଲି ତଦନ୍ତ କରି ରିପୋର୍ଟ ଦେବା ପରେ ସହାୟତା ପ୍ରଦାନ କରାଯାଇଥିଲା । ହେଲେ ଶଙ୍କରୁ ଦିଆଯାଇଥିବା ସହାୟତା ରାଶି ୨ ବର୍ଷ ପରେ ଭୁଲ ହେଲା କେମିତି? ଏତେ ଦିନ ଯାଏଁ ପ୍ରଶାସନ କ’ଣ କରୁଥିଲା? ଯଦି ଭୁଲରେ ଶଙ୍କରଙ୍କ ଆକାଉଂଟକୁ ଟଙ୍କା ଆସିଥିଲା ସେ ସମୟରେ ପ୍ରଶାସନ ଜାଣିପାରିଲା ନାହିଁ କେମିତି? ଦୁଇ ବର୍ଷ ପରେ ମୃତକଙ୍କ ନାଁରେ  ନୋଟିସ ଜାରି କରି ଦିବ୍ୟାଙ୍ଗ ପୁଅକୁ ଆଇନର ଧମକ ଦେବା କେତଦୂର ଯୁକ୍ତିଯୁକ୍ତ?
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe