ଆସିଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ରୋମାଣ୍ଟିକ ସିନ୍ ପାଇଁ ଷ୍ଟେସନ ସେଟରେ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା ।

347

କନକ ବ୍ୟୁରୋ : ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ ।

ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା । ୨୫୦ ଜଣ କଳାକାରଙ୍କ ଏକ ଟିମ୍ ୩୦ ଦିନ ଧରି ଏହି ସେଟକୁ ପ୍ରସ୍ତୁତ କରିଛନ୍ତି । କୁହାଯାଉଛି ପୂର୍ବରୁ ଏହି ସିନକୁ ଇଟାଲୀରେ ସୁଟ୍ କରିବା ପାଇଁ ଯୋଜନା ଥିଲା, କିନ୍ତୁ କରୋନା କାରଣରୁ ବିଦେଶ ଯିବା ସମ୍ଭବ ନହେବାରୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ସେଟକୁ ତିଆରି କରାଯାଇଛି ।