କନକ ବ୍ୟୁରୋ: ରାଜଧାନୀରେ ଆନ୍ଦୋଳନ, ସ୍କୁଲରେ କେମିତି ଚାଲିଛି ପାଠପଢା ? ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ  ସ୍କୁଲରେ କେମିତି ଚାଲିଛି ପାଠପଢା ତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଅସ୍ତରଙ୍ଗ ବ୍ଲକ କାଳିଆକଣ  ପ୍ରାଥମିକ ସ୍କଲର ରିୟାଲଟି ଚେକ୍ କରିଥିବା ଆମ ଟିମ୍ । ତିନୋଟି ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲା ଅଛନ୍ତି କିନ୍ତୁ ଶିକ୍ଷକ ନାହାନ୍ତି । ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ ଚାଲୁଥିବାରୁ ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ ।

Advertisment

ଆନ୍ଦୋଳନ ଯୋଗୁଁ ପ୍ରାଥମିକ ସ୍କୁଲଗୁଡିକରେ ପାଠପଢା ପ୍ରଭାବିତ ହୋଇଥିବାବେଳେ ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରିରହିଛି । ଶୀତ କାକରକୁ ଖାତିର ନକରି ପ୍ରାଥମିକ ଶିକ୍ଷକ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ବି ବିଫଳ ହୋଇଛି ।  ମଙ୍ଗଳବାରଦିନ ଧାରଣାସ୍ଥଳକୁ କଂଗ୍ରେସ ନେତା  ସନ୍ତୋଷ ସିଂ ସାଲୁଜା ଓ ତାରାପ୍ରସାଦ ବାହିନୀପତି ଆସିି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ନେଇ ବାହାରେ ତାତି ଦେଖାଦେଇଥିବାବେଳେ ବିଧାନସଭା ମଧ୍ୟ କମ୍ପିଛି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶିକ୍ଷକ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବିରୋଧୀଙ୍କ ଉଦବେଗ ପରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ  ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସ୍ଥାନରେ ଗୃହରେ ଉତ୍ତର ରଖିଥିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି  ବିରୋଧୀ ଗୃହରେ ପୁଣି ନାରାବାଜି କରିଥିଲେ  । ଫଳରେ ଗୃହକୁ ଦ୍ୱିତୀୟ ଥର ଲାଗି ଦିନ ୪ ଟା ଓ ପରେ ବୁଧବାର ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ରାଜଧାନୀର ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ ଓ ଦାବି ପୂରଣ ପାଇଁ ନିଜ ଜିଦରେ ଅଟଳ ରହିଥିବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।