କନକ ବ୍ୟୁରୋ: ଶିକ୍ଷକ ଦେଲେ ଆତ୍ମନିର୍ଭରଶୀଳ ର ନୂତନ ଶିକ୍ଷା । କରନା ଅନେକ ଲୋକ ଙ୍କ ଜୀବନ ଜୀବିକା ରେ ବିଶେଷ ପ୍ରଭାବ ପକାଇଥିବା ବେଳେ ବଦଳି ଯାଇଛି ସେମାନଙ୍କ ଜୀବିକାର ପରିଚୟ । ଜୀବିକା ହରାଇ କେହି ନୂତନ ଜୀବିକା ସନ୍ଧାନ ରେ ଥିବା ବେଳେ ନୂତନ ନୂତନ କର୍ମ ସଂସ୍ଥାନ ତିଆରି ହୋଇ ଯୋଡ଼ି ହୋଇଯାଇଛି ଅନେକ ଙ୍କ ଭାଗ୍ୟକାଶରେ । କରନା ଦେଇଛି ନୂତନ ପରିଚୟ ଶିକ୍ଷକ ବନିଲେ ସଫଳ ଚାଷୀ ।
କିଚେନ ଗାର୍ଡେନ ତିଆରି କରି ସମୟ ଅତିବାହିତ ଚିନ୍ତା କରୁ କରୁ ,ସାଜିଗଲେ ସଫଳ ଚାଷୀ,ଜୀବିକା ହରାଇ ହତୋତ୍ସାହିତ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ସମାଜ କୁ ଦେଖାଇଛନ୍ତି ନୂତନ ରୋଜଗାରର ମାର୍ଗ । ସମ୍ପୂର୍ଣ୍ଣ ଭାବେ ଜୈବିକ ସାର ପ୍ରୟୋଗ କରି ସଫଳ ଭାବେ ପନିପରିବା ହୋଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଶିକ୍ଷକ ରୁ ସଫଳ ଚାଷୀର ପରିଚୟ ପାଲଟିଥିବା ଶ୍ରୀଧର ସାମଲ ଓରଫ ବୁଢ଼ା ସାମଲ ଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ ।
ସୂର୍ଯ୍ୟମୁଖୀ ଫୁଲ । ଫୁଲ ଉପରେ ପଡୁଥିବା ସୂର୍ଯ୍ୟ କିରଣ ଆଉ ତା ସାଙ୍ଗକୁ ମହୁମାଛିଙ୍କ ଗୁଣୁଗୁଣୁ ଶବ୍ଦ । ଯେକେହି ବି ଏଭଳି ଦୃଶ୍ୟ ଦେଖିଲେ ଆକୃଷ୍ଟ ହୋଇଯିବ ଟିକିଏ ବୁଲି ଆସିବାକୁ । କିନ୍ତୁ ଖାଲି ସୂର୍ଯ୍ୟମୁଖୀ ଫୁଲ ନୁହେଁ ଏଠାରେ ଆପଣ ପାଇବେ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ । ନିଜସ୍ୱ ଉଦ୍ୟମରେ କ୍ଷେତକୁ ଏମିତିି ରୂପ ଦେଇଛନ୍ତି ଶ୍ରୀଧର ସାମଲ ।
ପେଶାରେ ଶ୍ରୀଧର ଜଣେ ଶିକ୍ଷକ, କିନ୍ତୁ କରୋନା କାଳରେ ସ୍କୁଲ ବନ୍ଦ ରହିବା ତାଙ୍କୁ ଜଣେ ସଫଳ ଚାଷୀର ପରିଚୟ ବି ଦେଇଛି । ଲକଡାଉନରେ ପ୍ରଥମେ ପାଠପଢା ବନ୍ଦ ଥିବାରୁ ଘରେ ଖାଲି ନ ବସି ଆରମ୍ଭ କରିଥିଲେ ଚାଷ । ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ୩ଏକର ଜମିରେ ପନିପରିବା ଚାଷ ଆରମ୍ଭ କଲେ । ବିନା କୌଣସି ରାସାୟନିିକ ସାର ପ୍ରୟୋଗ କରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପନିପରିବା ଚାଷ କରୁଛନ୍ତି ଶ୍ରୀଧର ସାମଲ ।
କେବଳ ପନିପରିବା ନୁହେଁ ସୂର୍ଯ୍ୟମୁଖୀ ଫୁଲ ଚାଷ ବି କରିଛନ୍ତି ଶ୍ରୀଧର ସାମଲ । ଫୁଲ ଶୁଖିଯିବା ପରେ ସେଥିରୁ ତେଲ ବାହାର କରି ବିକ୍ରି କରୁଛନ୍ତି । ଅନ୍ୟପଟେ ଜୈବିକ ପଦ୍ଧତିରେ ହେଉଥିବା ଯୋଗୁଁ ଶ୍ରୀଧରଙ୍କ ବାଡିର ପରିବା କିଣିବାକୁ ଲାଗୁଛି ଗ୍ରାହକଙ୍କ ଗହଳି ।