ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଟାଟା ଆଇପିଏଲ! ଗଭର୍ନିଙ୍ଗ କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା

225

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ବାଜିଲା ବିଗୁଲ । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇପାରେ ଟାଟା ଆଇପିଏଲ ୨୦୨୨ । ଆଜି ଗଭର୍ନିଙ୍ଗ କାଉନସିଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏଥର ଆଇପିଏଲ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି ବିସିଆଇ । ଏଥର ଆଇପିଏଲର ସମସ୍ତ ମ୍ୟାଚ ମୁମ୍ବାଇ ଓ ପୁନେରେ ଖେଳାଯିବ ।

ଏଥର ଆଇପିଏଲରେ ୧୦ ଟିମ ଭାଗ ନେଉଛନ୍ତି । ସେହିପରି ମୁମ୍ବାଇ ଓ ପୁନେର ୪ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ମୁମ୍ବାଇରେ ୫୫ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ୧୫ ମ୍ୟାଚ ପୁନେରେ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୨୦, ସିସିଆଇ ଷ୍ଟାଡିୟମରେ ୧୫, ଡିବାଇ ପାଟିଲ ଷ୍ଟାଡିୟମରେ ୨୦ ଓ ପୁନେରେ ୧୫ ମ୍ୟାଚ ଖେଳାଯିବ ।