କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ବାଜିଲା ବିଗୁଲ । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇପାରେ ଟାଟା ଆଇପିଏଲ ୨୦୨୨ । ଆଜି ଗଭର୍ନିଙ୍ଗ କାଉନସିଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏଥର ଆଇପିଏଲ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି ବିସିଆଇ । ଏଥର ଆଇପିଏଲର ସମସ୍ତ ମ୍ୟାଚ ମୁମ୍ବାଇ ଓ ପୁନେରେ ଖେଳାଯିବ ।
ଏଥର ଆଇପିଏଲରେ ୧୦ ଟିମ ଭାଗ ନେଉଛନ୍ତି । ସେହିପରି ମୁମ୍ବାଇ ଓ ପୁନେର ୪ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ମୁମ୍ବାଇରେ ୫୫ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ୧୫ ମ୍ୟାଚ ପୁନେରେ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୨୦, ସିସିଆଇ ଷ୍ଟାଡିୟମରେ ୧୫, ଡିବାଇ ପାଟିଲ ଷ୍ଟାଡିୟମରେ ୨୦ ଓ ପୁନେରେ ୧୫ ମ୍ୟାଚ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/22-31.jpg)