କନକ ବ୍ୟୁରୋ : ଆନ୍ନା ପାଲଟିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଧୋତି ପିନ୍ଧି ତେଲଗୁ ସୁପରଷ୍ଟାରଙ୍କ ସହ ନାଚିଲେ ତାରା । ପୋଙ୍ଗଲ ଅବସରରେ ଜୟପୁର ନାରାୟଣୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Advertisment

ଏଥିରେ ତେଲୁଗୁ କଳାକାର ଓ ଗାୟକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକ ଏକାଠି ହୋଥିଲେ । ତେଲୁଗୁ କଳାକାର ଓ ଗାୟକଙ୍କ ଗୀତରେ ଝୁମିଥିଲେ ଦର୍ଶକ । ହେଲେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବିଧାୟକ ତାରା ବାହିନୀପତିଙ୍କ ଡ୍ୟାନ୍ସ । ଧୋତି ପିନ୍ଧି ତେଲୁଗୁ ସୁପରଷ୍ଟାରଙ୍କ ନାଚୁଥିବା ଦେଖିବାକୁ ମିଳିଥିଲା ।