ଭାରତ ସହ ସମ୍ପର୍କ ସୁଧାରିବାକୁ ପ୍ରୟାସ କରୁଛି ତାଲିବାନ: ଚିଠିରେ ଏମିତି କଥା ଲେଖିଲେ ତାଲିବାନ ମୁଖପାତ୍ର

234

କନକ ବ୍ୟୁରୋ: ଆଫଗାନିସ୍ତାନକୁ ବିମାନ ଚଳାଚଳ କରିବା ପାଇଁ ଭାରତକୁ ଚିଠି ଲେଖିଲା ତାଲିବାନ । କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସମସ୍ତ ପ୍ରକାରର ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ତାଲିବାନ ଭାରତକୁ ଚିଠି ଲେଖି ଯୋଗାଯୋଗ କରିଛି । ତାଲିବାନ ଭାରତ ସହ ଅନ୍ୟ ରାଷ୍ଟ୍ର ଗୁଡିକୁ ମଧ୍ୟ ଚିଠି ଲେଖିଥିବା ଜଣାପଡିଛି । ତେବେ ଏ ସର୍ମକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କୌଣସି ନିସ୍ପତି ନେଇନଥିବା ସୁଚନା ମିଳିଛି ।

ଆଫଗାନିସ୍ତାନକୁ ବିମାନ ଚଳାଚଳ କରିବା ପାଇଁ ଭାରତରକୁ ଚିଠି ଲେଖିଛି ତାଲିବାନ । ଏଥିରେ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ତାଲିବାନ କହିଛି । ପୁର୍ବରୁ କାବୁଲ ବିମାନ ବନ୍ଦରରେ ଥିବା ସବୁ ସମସ୍ୟାର ସମାଧାନ ହୋଇସାରଛି ଏବଂ ଏହା ସମ୍ପୂର୍ଣ୍ଣ ରୁପେ କାର୍ଯ୍ୟକ୍ଷମ ହୋଇ ସାରିଥିବା ତାଲିବାନି ପ୍ରବକ୍ତା ଅବଦୁଲ କହର ବଲଖି କହିଛନ୍ତି । ଆଫଗାନିସ୍ତାନରେ ସ୍ଥିତି ସ୍ୱଭାବିକ ହେବାପରେ ସେପ୍ଟେମ୍ବର ୧୩ରେ ପାକିସ୍ତାନ ପ୍ରଥମ ଅନ୍ତର୍ଜାତୀୟ ବିମାନ କାବୁଲରେ ପହଂଚିଥିଲା ।

ଅଗଷ୍ଟ ୧୫ ପରେ ତାଲିବାନ ଆଫଗାନିସ୍ତାନ ଉପରେ ସର୍ମ୍ପୁଣ୍ଣ ନିୟନ୍ତ୍ରଣ ନେଇଥିଲା । ଏହପେରେ ଲକ୍ଷ ଲକ୍ଷ ଲୋକ ଘର ଫେରିବା ଆଶାରେ କାବୁଲ ଏୟାରପୋର୍ଟ ରେ ଫସି ରହିଥିଲେ । କାବୁଲ ବିମାନ ବନ୍ଦରରେ ଆତଙ୍କର ମାହୋଲ ଦେଖିଥିଲୋ ସାରା ବିଶ୍ୱ । ଏହାସହ ତାଲିବାନର ଅତ୍ୟାଚାର ମଧ୍ୟ ବିଶ୍ୱବାସୀଙ୍କ ନଜରକୁ ଆସିଥିଲା । ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଅଧିକାଂଶ ଦେଶ ଆଫଗାନିସ୍ତାନରେ ନିଜ ନିଜ ଦୂତବାସ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।

ଆମେରିକା ସେନା ଆଫଗାନ ମାଟି ଛାଡିବା ପରେ ତାଲିବାନ ସେନା କାବୁଲ ଏୟାରପୋର୍ଟକୁ ନିଜ ଅଧିନକୁ ନେଇଥିଲା । ଆଉ ଏବେ ଭାରତକୁ ବେସାମରିକ ବିମାନ ଚଳାଚଳ ପାଇଁ ଅପିଲ କରିଛି ତାଲିବାନ ।