ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା: କହିଲେ, ୧୦ ତାରିଖ ସନ୍ଧ୍ୟାରେ ହେବ ଶପଥଗ୍ରହଣ ଉତ୍ସବ

1,490

କନକ ବ୍ୟୁରୋ: ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ବୈଠକରେ ଥିଲେ ସାମିଲ । ବୈଠକରେ ସାମିଲ ହୋଇ ଫେରିବା ପରେ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ । କହିଲେ, ୧୦ ସନ୍ଧ୍ୟାରେ ରାଜ୍ୟରେ ହେବ ଶପଥଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ବି ସାମିଲ ହେବେ । ମୁଖ୍ୟମନ୍ତ୍ରୀ କିଏ ହେବେ ଏଯାଏଁ ନିଷ୍ପତ୍ତି ହୋଇନି । ପାର୍ଲାମେଣ୍ଟାରୀ ବୋର୍ଡରେ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ । ଓଡିଶା ପାଇଁ କେନ୍ଦ୍ରୀୟ ସ୍ତରର ନେତା ନିଷ୍ପତ୍ତି ନେବେ ।