କନକ ବ୍ୟୁରୋ: ରାଜସ୍ଥାନ କ୍ୟାବିନେଟରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ୧୧ କ୍ୟାବିନେଟ ମନ୍ତ୍ରୀ, ୪ ରାଜ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି । ମନ୍ତ୍ରୀ ମଣ୍ଡଳରେ ୫ ଜଣ ସଚିନ ପାଇଲଟଙ୍କ କ୍ୟାମ୍ପରୁ ଥିବା ବେଳେ ଦଳିତ ବର୍ଗରୁ ୪ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି ।
ମୋଟ ୧୫ ବିଧାୟକଙ୍କୁ ନେଇ ରାଜଭବନରେ ଚାଲିଛି ଶପଥ ଗ୍ରହଣ ଉତ୍ସବ । ମହେନ୍ଦ୍ରଜିତ ସିଂ ମାଲବୀୟ, ହେମାରାମ ଚୌଧୁରୀ, ମହେନ୍ଦ୍ର ଯୋଶୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କାଲି ରାଜସ୍ଥାନ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ସମସ୍ତ ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/pjimage-2-1.jpg)