କନକ ବ୍ୟୁରୋ: କଂଗ୍ରେସ ଉପରେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନର କଣ ପଡିବ ପ୍ରଭାବ ? ଜଗତସିଂହପୁର ପରେ ବାଲେଶ୍ୱରରେ ସମର୍ଥକଙ୍କ ପ୍ରତିବାଦ । ସାମ୍ବାଦିକ ସମ୍ମିଳନୀ କରି ପିସିସି ଉପରେ ସମର୍ଥକ ବର୍ଷିଛନ୍ତି । ସେପଟେ ଆଲୋଚନା କରି ଦଳକୁ ଫେରାଇ ଆଣିବାକୁ ଏଆଇସିସିକୁ ଅନୁରୋଧ କରିଛନ୍ତି ବିଧାୟକ ସୁର ରାଉତରାୟ ।

Advertisment

କଂଗ୍ରେସ ଦଳରୁ ନିଳମ୍ବିତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । ପଦ ପଦବୀ ଆଶାରେ ଦଳରେ ଥାଇ ଦଳକୁ କ୍ଷତି କରୁଥିବା କିଛି ବ୍ୟକ୍ତିଙ୍କ ଷଡଯନ୍ତ୍ର ଯୋଗୁ ତାଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡିଥିବା କହଇଛନ୍ତି ମୋକିମ । ଯାହା କଂଗ୍ରେସରେ ଅନ୍ତଃକନ୍ଦଳକୁ ପୁଣି ପଦାରେ ପକାଇଛି । ଖାଲି ଏତିକି ନୁହେଁ, କୈାଣସି ଆଲୋଚନା ନକରି ଜଣେ ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ କାର୍ଯ୍ୟକାରୀଙ୍କୁ ନିଲମ୍ବନ କରିବାକୁ ପିସିସି ସଭାପତି କେମିତି ସୁପାରିଶ କଲେ ତାକୁ ନେଇ ପଶ୍ନ ଉଠାଇଛନ୍ତି ମୋକିମ । ଏପଟେ ଏଆଇସିସି ଏହି ନେତାଙ୍କ ସହ ଆଳୋଚନା କରି ସେମାନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଏପଟେ ଦୁଇ ଟାଣୁଆ ନେତା ନିଲମ୍ବିତ ହେବା ପରେ, ଆଗକୁ ଦଳର ଅବସ୍ଥା କଣ ହେବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଚିରଞ୍ଜୀବଙ୍କ ସମର୍ଥକ ଶନିବାର ଜଗତସିଂହପୁରରେ ଦଳ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ରବିବାର ବାଲେଶ୍ୱରରେ ମଧ୍ୟ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳଛି । ଉଭୟ ନେତାଙ୍କ ସମର୍ଥକ ସାମ୍ବାଦିକ ସମ୍ମିଳନୀ କରି ପିସିସି ଉପରେ ବର୍ଷିଛନ୍ତି । ତେବେ ଏହି ନିଲମ୍ବନ ଦଳ ଉପରେ କୈାଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ।

ନିଲମ୍ବନ ନେଇ ଚିରଞ୍ଜୀବ ଏପର୍ଯ୍ୟନ୍ତ ମୁହଁ ଖୋଲିନଥିବା ବେଳେ, ମୋକିମ କିନ୍ତୁ କଂଗ୍ରେସରେ ଅଛନ୍ତି ଓ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି । ତେବେ ଆଗକୁ ୨୦୨୪ ନିର୍ବାଚନ ଆସୁଥିବା ବେଳେ ଏହି ଦୁଇ ନେତାଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।