ଚାଷୀ ଆନ୍ଦୋଳନ ଉପରେ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । କୃଷକଙ୍କ ବିକ୍ଷୋଭ ନେଇ କୌଣସି ଆଦେଶ ଜାରି କଲେ ନାହିଁ କୋର୍ଟ

159

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଉପରେ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । କୃଷକଙ୍କ ବିକ୍ଷୋଭ ନେଇ କୌଣସି ଆଦେଶ ଜାରି କଲେ ନାହିଁ କୋର୍ଟ । କୃଷକ ସଂଗଠନର ପକ୍ଷ ଶୁଣାଣି ପରେ ହିଁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଭ୍ୟାକେସନ ବେଞ୍ଚରେ ମାମଲାର ଶୁଣାଣି ହେବ ହେବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

୨୨ ଦିନରେ ପହଂଚଲା କୃଷକଙ୍କ ଆନ୍ଦୋଳନ । ୪ ଡିଗ୍ରୀ ତାପମାତ୍ରାରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଆନ୍ଦୋଳନରେ ବସିଛନ୍ତି । ନା ସରକାର ତାଙ୍କ ଜିଦରୁ ଓହୁରୁଛନ୍ତି ନା କୃଷକ । ଏହା ମଧ୍ୟରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଂଚିଛି । ଜଣେ ଆବେଦନକାରୀ ଆନ୍ଦୋଳନ ଫଳରେ ରାସ୍ତା ବନ୍ଦକୁ ନେଇ ସାଧାରଣ ଲୋକମାନେ ହଇରାଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି ଗତ କାଲି ହୋଇଥିଲା । ହେଲେ ଆଉ କିଛି ଶୁଣାଣି ଆଜିକୁ ବାକିଥିଲା । ଆଜି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି କି କୃଷକ ମାନଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି ।

ଏହା ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବ ନାହିଁ । ହେଲେ ଆନ୍ଦୋଳନ ସମୟରେ ଯେମିତି କାହାର ଧନ ଜୀବନ ପ୍ରତି କ୍ଷତି ନପହଂଚିବ ତା ଉପରେ ନଜର ରଖିବାକୁ ହେବ । ଏହା ସହ ଆନ୍ଦୋଳନକାରୀ ମାନେ କୌଣସି ରାସ୍ତାକୁ ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ର ବିଚାରପତି ଏଏସ୍ ବୋବଡେ କହିଛନ୍ତି । ଆର୍ଟନିକ ଜେନେରାଲ କେକେ ବେଣୁଗୋପାଳ କହିଥିଲେ କି ବିରୋଧ ପ୍ରଦର୍ଶନ ସମରେ ଅଧିକାଂଶ କୃଷକ ମାସ୍କ ବ୍ୟବହାର କରୁନଥିବାରୁ ସେମାନେ ଯେତେବେଳେ ଆନ୍ଦୋଳନ ସାରି ଗାଁକୁ ଫେରିବେ ସେତେବେଳେ ସେଠାରେ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନ୍ୟପଟେ ଆଜି ଶୁଣାଣି ଶେଷ ହୋଇନଥବା ବେଳେ ପୁଣି କେବେ ଶୁଣାଣି ହେବ ତାହା କୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଏହାସହ କୃଷକଙ୍କ ଆନ୍ଦୋଳନ ନେଇ କୌଣସି ଆଦେଶ ଜାରି କରିନାହାନ୍ତି କୋର୍ଟ । କୃଷକ ସଂଗଠନର ପକ୍ଷ ଶୁଣିବା ପରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।