ୟୁପି ଲଖିମପୁର ହିଂସାକାଣ୍ଡ: କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ୟୁପି ଲଖିମପୁର ହିଂସାକାଣ୍ଡ: କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ୟୁପି ଲଖିମପୁର ହିଂସାକାଣ୍ଡର ଘଟଣାରେ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ମୁଖ୍ୟ ବିଚାରପତି ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ । ଲଖିମପୁର ହିଂସାକାଣ୍ଡ ନେଇ ସୁପ୍ରିମକୋର୍ଟ ନିଜ ଆଡୁ ନଜର ରଖିଛନ୍ତି । ଏହି ଘଟଣାକୁ ନେଇ ଏବେ ୟୁପିରେ ରାଜନୀତି ଜୋର ଧରିଛି ।

ୟୁପି ଲଖିମପୁରରେ ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲେ । ସେଥିରେ ୪ ଜଣ ଚାଷୀ ଥିବା ବେଳେ ୩ ଜଣ ବିଜେପି ନେତା ଓ ଜଣେ ସାମ୍ବାଦିକ ରହିଥିଲେ । ଏହି ହିଂସାକାଣ୍ଡ ପରେ ଏବେ ୟୁପିରେ ରାଜନୀତି ଜୋର ଧରିଛି । ପୀଡିତ ପରିବାରକୁ ରାହୁଲ ଗାନ୍ଧୀ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ୟୁପି ପୋଲିସ ଅନୁମତି ଦେଇନଥିଲା । ହେଲେ ପରେ ଅନୁମତି ମିଳିବା ପରେ ପୀଡିତ ପରିବାରକୁ ଭେଟିବାକୁ ଯାଇଛନ୍ତି ରାହୁଲ ଓ ପ୍ରିୟଙ୍କା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe