କନକ ବ୍ୟୁରୋ : ସୋସିଆଲ୍ ମିଡିଆ ପୋଷ୍ଟ ନେଇ ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡାବାଣୀ । କହିଲେ ସାଧାରଣ ଲୋକଙ୍କୁ ପୋଲିସ କରିପାରିବ ନାହିଁ ହଇରାଣ । ମାମଲାରେ ମମତା ସରକାରଙ୍କୁ ଭତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ସୋସିଆଲ୍ ମିଡିଆ ପୋଷ୍ଟ ବାହାନାରେ ସାଧରଣ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦିଆଯାଇପାରିବ ନାହିଁ ବଳି । ଏକ ମାମଲାରେ କୋଲକାତା ପୋଲିସକୁ କହିଛନ୍ତି , ସାଧାରଣ ନାଗରିକଙ୍କୁ ସରକାରଙ୍କ ଆଲୋଚନା ଲାଗି ପ୍ରତାଡିତ କରାଯାଇପାରିବ ନାହିଁ । ଦିଲ୍ଲୀ ନିବାସୀ ଜଣେ ମହିଳାଙ୍କୁ କଥିତ ରୂପେ ଆପତ୍ତିଜନକ ଫେସବୁକ୍ ପୋଷ୍ଟ ଲାଗି କୋଲକାତା ପୋଲିସ ସମନ୍ ପଠାଇଥିଲା ।

Advertisment

ମହିଳା କରୋନା ମହାମାରୀ ମଧ୍ୟରେ କୋଲକାତାର ବ୍ୟସ୍ତବହୁଳ ରାଜା ବଜାର ଅଂଚଳର ଫଟୋ ସେୟାର କରି ତାଲାବନ୍ଦ ନିୟମକୁ ନେଇ ମମତା ସରକାରଙ୍କ କୋହଳ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମକୋର୍ଟ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଓ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହି ଯଦି ରାଜ୍ୟର ପୋଲିସ ଏଭଳି ଭାବେ ସାଧାରଣ ଲୋକଙ୍କୁ ସମନ୍ ପଠାଇବାରେ ଲାଗି ପଡିବ, ଏକ ବିପଦପୂର୍ଣ୍ଣ ଧାରା ଆରମ୍ଭ ହୋଇଯିବ । ଏମିତିରେ ନ୍ୟାୟାଳୟଙ୍କୁ ଆଗକୁ ବଢି ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାରର ରକ୍ଷା କରିବା ହେବ । ଯାହାକି ସଂବିଧାନର ଧାରା ୧୯ ଏକ, କ ଭାବେ ପ୍ରତିଟି ନାଗରିକଙ୍କୁ ମିଳିଛି । ଏହା ସହିତ ସୁପ୍ରିମକୋର୍ଟ ପୋଲିସକୁ କହିଛନ୍ତି ସୀମା ଉଲଂଘନ କରନ୍ତୁନାହିଁ ।

ଭାରତକୁ ଏକ ସ୍ୱାଧୀନ ଦେଶ ଭାବରେ ରହିବାକୁ ଦିଅନ୍ତୁ । ଭାରତରେ ପ୍ରତ୍ୟକ ନାଗରିକର କହିବାର ଅଧିକାର ରହିଛି । ଏହି କାରଣରୁ ସଂବିଧାନ କରିଛନ୍ତି ସୁପ୍ରିମକୋର୍ଟ । ଆମେ ସୁପ୍ରିମକୋର୍ଟ ଭାବେ ଲୋକଙ୍କ କଥା ରକ୍ଷା କରିବା ପାଇଁ ରହିଛୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ୱାରା ସୁନିଶ୍ଚିତ କରାଯାଇପାରିବ ଦେଶର ପ୍ରତ୍ୟକ ନାଗରିକଙ୍କ ପ୍ରତାଡିତ କରାଯାଇପାରିବ ନାହିଁ । ୨୯ ବର୍ଷୀୟ ରୋଶନୀ ବିଶ୍ୱାସ ନାମକ ଜଣେ ମହିଳା ଆଇନଜୀବୀ ମହେଶ ଜେଠ ମାଲିନୀଙ୍କ ଜରିଆରେ କୋଲକାତା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।