ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି: କହିଲେ ବାଣ ଫୁଟାଇବା ଉପରେ ବ୍ୟାନ ଲଗାଇବା ସମ୍ଭବ ନୁହେଁ

155

କନକ ବ୍ୟୁରୋ: ଦିପାବଳୀରେ ସୁବୁଜ ବାଣ ଫୁଟାଇବା ନେଇ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । କୋଲକାତା ହାଇକୋର୍ଟଙ୍କ ରାୟକୁ ରଦ୍ଧ କରି ଏଭଳି ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଗକୁ ଆସୁଥିବା ଦିପାବଳୀରେ କୋଲକାତା ହୋଇକୋର୍ଟ ସମସ୍ତ ପ୍ରକାରର ଫୋଟକା ଫୁଟାଇବା ଉପରେ ବ୍ୟାନ ଲଗାଇଥିଲେ । ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗା ଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ପରିବେଷ କୁ କ୍ଷତି ନ ପହଂଚାଉଥୁବା ଭଳି ବାଣ ଫୁଟାଯାଇପାରିବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପେଟ୍ରୋଲିୟମ ଏକ୍ସପ୍ଲୋସିଭ ସେଫଟି ଅର୍ଗନାଇଜେସନ ଅଫ ଇଣ୍ଡିଆ ବା ପେଶୋ ୩୦୦ ପ୍ରକାର ବାଣ ମଧ୍ୟରୁ କେବଳ ୪ ପ୍ରକାରର ବାଣ ଫୁଟାଇବା ପାଇ ମଂଜୁରୀ ଦେଇଛି । ଅନ୍ୟପଟେ ପଟେ ମାର୍କେଟ ରେ ମିଳୁଥିବା ବାଣ ଭିତରେ ସବୁଜ ବାଣ ଚିହ୍ନଟ କରିବାରେ ସମସ୍ୟା ଦେଖା ଦେଉଥିବା ସୁଚନା ମିଳିଛି ।