କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନର ବର୍ଷା କଲେ ସୁପ୍ରିମକୋର୍ଟ । ଟିକାର ଅଲଗା ଅଲଗା ଦାମକୁ ନେଇ ପ୍ରକଟ କଲେ ଆଶ୍ଚର୍ଯ୍ୟ । କହିଲେ ସୋସିଆଲ ମିଡିଆରେ କୋଭିଡ ପରିଚାଳନାର ଅଭିଯୋଗ ନୁହେଁ ଭୁଲ

Advertisment
କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନର ବର୍ଷା କଲେ ସୁପ୍ରିମକୋର୍ଟ । ଟିକାର ଅଲଗା ଅଲଗା ଦାମକୁ ନେଇ ପ୍ରକଟ କଲେ ଆଶ୍ଚର୍ଯ୍ୟ । କହିଲେ ସୋସିଆଲ ମିଡିଆରେ କୋଭିଡ ପରିଚାଳନାର ଅଭିଯୋଗ ନୁହେଁ ଭୁଲ

କନକ ବ୍ୟୁରୋ: ସୁପ୍ରିମକୋର୍ଟ କରୋନା ସଂକଟର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କୋଭିଡ ପରିଚାଳନା ନେଇ ଏକାଧିକ ପ୍ରଶ୍ନ କରିଛନ୍ତି । ଲକଡାଉନ୍ ଲାଗୁ, ଅକ୍ସିଜେନ ବଂଟନ, ଟିକାର ଦାମ, ଔଷଧର ଉପଲବ୍ଧତା ପ୍ରସଙ୍ଗରେ ଅନେକ ପ୍ରଶ୍ନ କରି କେନ୍ଦ୍ରକୁ ଜବାବ ମାଗିଛନ୍ତି ଖଣ୍ଡପୀଠ ।

ଟିକାର ଦାମ କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଅଲଗା ଅଲଗା କାହିଁକି?
କୋଭିସିଲଡର ଦାମ ଭାରତ ଓ ଆମେରିକାରେ ଅଲଗା କାହିଁକି?
ସରକାର କାହିଁକି ଶହେ ପ୍ରତିଶତ ଟିକା କିଣୁ ନାହାନ୍ତି?
ଟିକାକରଣର ସଂପୂର୍ଣ୍ଣ ଅଭିଯାନ କାହିଁକି କେନ୍ଦ୍ର ନିଜ ହାତକୁ ନେଉନାହିଁ?
କଂପାନୀକୁ ଟିକା ବିକ୍ରି କରିବାରେ କାହିଁକି ସ୍ୱାଧିନତା ଦିଆଯାଇଛି ?
ଟିକା ବିକ୍ରି ଅନୁମତି ଦେଇ କେମିତି ସୁଷମ ବଂଟନ ଆଶା କରାଯାଉଛି ?
ନୂଆ ଡାକ୍ତର, ଡାକ୍ତରୀ ଛାତ୍ରଙ୍କୁ କାହିଁକି ନିୟୋଜନ କରାଯାଇ ନାହିଁ ?
ତୃତୀୟ ପର୍ୟ୍ୟାୟ ଟିକାକରଣ ପାଇଁ ଅଫଲାଇନ୍ ବ୍ୟବସ୍ଥା କରାଗଲା ନାହିଁ କାହିଁକି?
ଆପ୍ସ ବ୍ୟବହାର କରିପାରୁନଥିବା ଲୋକଙ୍କ ପାଇଁ କ’ଣ ବ୍ୟବସ୍ଥା କରିଛି?

କରୋନା ସଂକଟର ସ୍ୱତଃ ସଂଜ୍ଞାନ ନେଇ ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି, କରୋନା ସଂକଟ ଯୋଗୁଁ ଏବେ ସ୍ୱାସ୍ଥ୍ୟକର୍ମୀଙ୍କ ଅବସ୍ଥା ଖରାପ ରହିଛି । ତେଣୁ ସେମାନଙ୍କୁ ଆର୍ଥିକ ସହାୟତା ମିଳିବା ଉଚିତ ।

ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଏଲଏନ ରାଓ ଏବଂ ଜଷ୍ଟିସ ଏସଆର ଭଟ୍ଟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ସୋସିଆଲ ମିଡିଆରେ କୌଣସି ନାଗରିକ ଶଯ୍ୟା, ଅକ୍ସିଜେନ ଅଭାବ ନେଇ ଅଭିଯୋଗ କଲେ ଭୁଲ ସୂଚନା ବୋଲି କୁହାଯାଇପାରିବ ନାହିଁ । ତେଣୁ ବିଭ୍ରାନ୍ତି ପ୍ରଚାର ଅଭିଯୋଗରେ କାହା ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଲେ କୋର୍ଟ ଅବମାନନା ବୋଲି ଧରାଯିବ । ଏନେଇ ରାଜ୍ୟ, କେନ୍ଦ୍ର ଓ ସମସ୍ତ ଡିଜିପିଙ୍କୁ ସୂଚିତ କରିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟଙ୍କ ଏପରି ଆଭିମୁଖ୍ୟକୁ ନେଇ ଅସହମତି ଜଣାଇଥିଲେ ସଲିସିଟର ଜେନେରାଲ ତୁଷାର ମେହେତା । ଏହାପରେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଏହି ସଂକଟ ସମୟରେ ଆବଶ୍ୟକତା ଓ ଅଭାବକୁ ନେଇ ସୋସିଆଲ ମିଡିଆର ସୂଚନା ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ସହାୟକ ହେବ ।

ସେହିପରି ରେମଡିସିଭର ଇଂଞ୍ଜେକସନର ଉତ୍ପଦନ ବିତରଣକୁ ନେଇ ପ୍ରଶ୍ନ କରିଥିଲେ ଖଣ୍ଡପୀଠ । କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି, ମାସକୁ ଏକ କୋଟିରୁ ଅଧିକ ରେମଡିସିଭର ଇଂଞ୍ଜେକସ ଉତ୍ପାଦିତ ହେଉଛି, ତଥାପି ଏହା ନିଅଂଟ ପଡୁଥିବାରୁ ବାଂଲାଦେଶରୁ କାହିଁକି ଆମଦାନୀ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସେହିପରି ଆବଶ୍ୟକତା ଅନୁସାରେ ଅକ୍ସିଜେନ ବଂଟନ କଣ କରାଯାଇଛି । ସେହିପରି ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ କେତେ ବେଡ ଉପଲବ୍ଧ ରହିଛି ତାର ଦୈନିକ ତାଲିକା ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe