ବକ୍ରି-ଇଦ୍ ନେଇ କେରଳ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବାବେଳେ କୋଭିଡ୍ କଟକଣା କୋହଳ ଉଚିତ୍ ନୁହେଁ

137

କନକ ବ୍ୟୁରୋ: କେରଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ କେରଳ ସରକାର ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବା ବେଳେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ବ୍ୟବସାୟିକ ସଂଗଠନର ଦାବିକୁ ନେଇ ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଯାହା ଚିନ୍ତାର କାରଣ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଆଗକୁ ସଂକ୍ରମଣ ବଢିଲେ କେରଳ ସରକାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟର ୨ ଜଣିଆ ବେଂଚ ବାଚାରପତି ରୋହିନଟନ ଏଫ ନରିମନ୍ ଓ ବିଚାରପତି ବି.ଆର ଗାଭାଇଙ୍କ ଖଣ୍ଡପିଠ ବକ୍ରିଦ ନେଇ ଶୁଣାଣୀ କରି ପିନ୍ନାରାୟୀ ସରକାରଙ୍କୁ ଭର୍ସନା କରିଛନ୍ତି । ପୂର୍ବରୁ ବକ୍ରିଦ ପାଇଁ କେରଳ ସରକାର ଜୁଲାଇ ୧୮ରୁ ୨୦ ଯାଏଁ କୋଭିଡ୍ କଟକଣାରେ କୋହଳ କରିବା ପାଇଁ ଘୋଷଣା କରିଥିଲେ ।

Comments are closed.