କନକ ବ୍ୟୁରୋ: କେରଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ କେରଳ ସରକାର ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ସଂକ୍ରମଣ ସ୍ଥିତି ଅଧିକ ରହିଥିବା ବେଳେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ବ୍ୟବସାୟିକ ସଂଗଠନର ଦାବିକୁ ନେଇ ଲକଡ଼ାଉନ୍ କଟକଣା କୋହଳ କରିଛନ୍ତି । ଯାହା ଚିନ୍ତାର କାରଣ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଆଗକୁ ସଂକ୍ରମଣ ବଢିଲେ କେରଳ ସରକାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟର ୨ ଜଣିଆ ବେଂଚ ବାଚାରପତି ରୋହିନଟନ ଏଫ ନରିମନ୍ ଓ ବିଚାରପତି ବି.ଆର ଗାଭାଇଙ୍କ ଖଣ୍ଡପିଠ ବକ୍ରିଦ ନେଇ ଶୁଣାଣୀ କରି ପିନ୍ନାରାୟୀ ସରକାରଙ୍କୁ ଭର୍ସନା କରିଛନ୍ତି । ପୂର୍ବରୁ ବକ୍ରିଦ ପାଇଁ କେରଳ ସରକାର ଜୁଲାଇ ୧୮ରୁ ୨୦ ଯାଏଁ କୋଭିଡ୍ କଟକଣାରେ କୋହଳ କରିବା ପାଇଁ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/29-11.jpg)