ବଳପୂର୍ବକ ଧର୍ମାନ୍ତୀକରଣକୁ ନେଇ ଉଦବେଗ୍ ପ୍ରକାଶ କଲେ ସୁପ୍ରିମକୋର୍ଟ। ୨୨ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ସହ ଧର୍ମାନ୍ତୀରକରଣକୁ ରୋକିବାକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ।

ଟ୍ୟୁସନ ଫି’ ସୁଲଭ କର, ଶିକ୍ଷା ବ୍ୟବସାୟ କେବଳ ଲାଭ ପାଇଁ ନୁହେଁ : ସୁପ୍ରିମକୋର୍ଟ

କନକ ବ୍ୟୁରୋ: ବଳପୂର୍ବକ ଜୋର ଜବରଦସ୍ତି ଧର୍ମାନ୍ତରୀକରଣକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶର ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରୁଥିବାରୁ କେନ୍ଦ୍ର ସରକାର ଏସବୁ ରୋକିବାକୁ ପଦକ୍ଷେପ ନେବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରତାରଣା, ପ୍ରଲୋଭିତ ଏବଂ ବଳପୂର୍ବକ ଧର୍ମ ପରିବର୍ତନ ଘଟଣାକୁ ଗୁରୁତ୍ୱର ସହ ନେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଯଦି ଏଭଳି ଘଟଣା ରୋକା ନଯାଏ ତେବେ ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ନାଗରିକଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ ।

ସ୍ୱାଧୀନ ଭାବେ ଧର୍ମ ଗ୍ରହଣ କରିବାର ମୌଳିକ ଅଧିକାର ପ୍ରତି ଏହା ବିପଦ ସୃଷ୍ଟି କରୁଥିବା କହିଥିଲେ ସୁପ୍ରିମକୋର୍ଟ । ଯଦି ଏହି ଧର୍ମାନ୍ତରୀକରଣ ବନ୍ଦ ନହୁଏ ତେବେ ଭବିଷ୍ୟତରେ ଦେଶ ପାଇଁ ବହୁତ ଖରାପ ସମୟ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି । ତେଣୁ ଏସବୁକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe