କନକ ବ୍ୟୁରୋ: ବଳପୂର୍ବକ ଜୋର ଜବରଦସ୍ତି ଧର୍ମାନ୍ତରୀକରଣକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶର ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରୁଥିବାରୁ କେନ୍ଦ୍ର ସରକାର ଏସବୁ ରୋକିବାକୁ ପଦକ୍ଷେପ ନେବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରତାରଣା, ପ୍ରଲୋଭିତ ଏବଂ ବଳପୂର୍ବକ ଧର୍ମ ପରିବର୍ତନ ଘଟଣାକୁ ଗୁରୁତ୍ୱର ସହ ନେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଯଦି ଏଭଳି ଘଟଣା ରୋକା ନଯାଏ ତେବେ ଏହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ନାଗରିକଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ ।

Advertisment

ସ୍ୱାଧୀନ ଭାବେ ଧର୍ମ ଗ୍ରହଣ କରିବାର ମୌଳିକ ଅଧିକାର ପ୍ରତି ଏହା ବିପଦ ସୃଷ୍ଟି କରୁଥିବା କହିଥିଲେ ସୁପ୍ରିମକୋର୍ଟ । ଯଦି ଏହି ଧର୍ମାନ୍ତରୀକରଣ ବନ୍ଦ ନହୁଏ ତେବେ ଭବିଷ୍ୟତରେ ଦେଶ ପାଇଁ ବହୁତ ଖରାପ ସମୟ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି । ତେଣୁ ଏସବୁକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ ।