କନକ ବ୍ୟୁରୋ : ପ୍ରକୃତିର ନିୟମ ହେଉଛି କି ଦିନ ପରେ ରାତି ଓ ରାତି ପରେ ପୁଣି ଦିନ ହେବ । ଏହା ତ ଆମେ ସମସ୍ତେ ଜାଣିଥାନ୍ତି । ହେଲେ ଅଳ୍ପ କିଛି ଲୋକ ଜାଣିଛନ୍ତି କି ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ସୂର୍ଯ୍ୟ ଅସ୍ତ ହୋଇ ନଥାଏ । ଏହି ସବୁ ସ୍ଥାନରେ ସୂର୍ଯ୍ୟ କ୍ରମାଗତ ଭାବେ ୭୦ ଦିନ ପର୍ଯ୍ୟନ୍ତ ଅସ୍ତ ହୋଇ ନଥାଏ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଏଭଳି କେମିତି ହେଉଛି । ଏବେ ଆସନ୍ତୁ ଜାଣିବା ଏହି ସବୁ ସ୍ଥାନ ବାବଦରେ ।
/kanak/media/post_attachments/wp-content/uploads/2021/09/1a-300x203.jpg)
ନାର୍ବେ : ନାର୍ବେକୁ ମଧ୍ୟ ରାତ୍ରୀ ସୂର୍ଯ୍ୟ ବାବଦରେ ବି ଅନେକ ଲୋକ ଜାଣିଥାନ୍ତି । ଏହା ଏଭଳି ଏକ ଦେଶ ଯେଉଁଠି ମେ’ ମାସରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ଏଠାରେ ଲଗାତର ଭାବେ ୭୬ ଦିନ ପର୍ଯ୍ୟନ୍ତ କେବଳ ଦିନ ହିଁ ରହିଥାଏ ଓ ରାତି ହୋଇ ନଥାଏ । ଏଠିକାର ସ୍ୱାଲବାର୍ଡରେ ବି ସୂର୍ଯ୍ୟ ଏପ୍ରିଲ ୧୦ ତାରିଖରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇ ନଥାଏ । ଯଦି ଆପଣ ଏହି ସବୁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣ ଯାଇ ପାରିବେ । ସେଠାରେ ରାତି ହେଉ ନଥିବା ସ୍ଥାନ ମାନଙ୍କରେ ପହଂଚି ଆପଣ ବେଶ ଆଶ୍ଚର୍ଯ୍ୟ ହୋଇଯିବେ ।
/kanak/media/post_attachments/wp-content/uploads/2021/09/1c-300x204.jpg)
କାନାଡା : କାନାଡାର ନୁନାବୁତ ସହର ବେସ ସୁନ୍ଦର ଅଟେ । ଏହି ସହରର ଜନସଂଖ୍ୟା ପାଖା ପାଖି ୩ ହଜାରରୁ ଅଧିକ । ଏହି ସହରରେ ବି କ୍ରମାଗତଭାବେ ୨ ମାସ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇ ନଥାଏ । ଶୀତ ସମୟରେ ଏଠାରେ ଦିନ ହୋଇ ନଥାଏ । କେବଳ ରାତି ହିଁ ରାତି ।
ଆଇସଲାଣ୍ଡ : ୟୁରୋପର ସବୁଠାରୁ ବଡ ଦ୍ୱୀପ ଆଇସଲାଣ୍ଡରେ ଜୁନ ମାସରେ କେବେ ବି ସୂର୍ଯ୍ୟାସ୍ତ ହୋଇ ନଥାଏ । ଏଠାରେ ୨୪ ଘଂଟା ଯାଏଁ କେବଳ ଦିନ ହିଁ ଦିନ । ଗ୍ରେଟ ବ୍ରିଟେନ ପରେ ଆଇସଲାଣ୍ଡ ୟୁରୋପର ସବୁଠାରୁ ବଡ ଦ୍ୱୀପ ।
/kanak/media/post_attachments/wp-content/uploads/2021/09/1e-300x205.jpg)
ଆଲାସ୍କା : ଆଲାସ୍କାର ଏକ ସହର ହେଉଛି ବାରୋ । ଏଠାରେ ମେ’ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇ ନଥାଏ । ଏହାପରେ ନଭେମ୍ବର ମାସ ଆରମ୍ଭରୁ ୧ ମାସ ପର୍ଯ୍ୟନ୍ତ କେବଳ ରାତି ହୋଇଥାଏ । ଏହି ସମୟକୁ ପୋଲର ନାଇଟସ୍ କୁହାଯାଏ । ଆପଣ ଏଠାକୁ ଶୀତ ଓ ଗ୍ରୀଷ୍ମ ଉଭୟ ଋତୁରେ ଭ୍ରମଣ କରିପାରିବେ ।
/kanak/media/post_attachments/wp-content/uploads/2021/09/1f-300x207.jpg)
ଫିନଲାଣ୍ଡ : ଏହି ଦେଶର ସର୍ବାଧିକ ଅଞ୍ଚଳରେ ମାତ୍ର ୭୩ ଦିନ ସୂର୍ଯ୍ୟ ଉଦୟ ହୋଇଥାଏ । ଶୀତ ଋତୁରେ ଏଠାରେ କେବଳ ରାତି ହୋଇଥାଏ । ପ୍ରବନ୍ଧ ସର୍କଲ ସ୍ଥାନମାନଙ୍କରେ ପ୍ରାୟତଃ ଏଭଳି ଘଟିଥାଏ ।
/kanak/media/post_attachments/wp-content/uploads/2021/09/finland-300x200.jpg)
ସ୍ୱିଡେନ : ସ୍ୱିଡେନରେ ମେ’ ରୁ ଅଗଷ୍ଟ ମାସ ମଧ୍ୟରେ ମଧ୍ୟ ରାତ୍ରରେ ସୂର୍ଯ୍ୟାସ୍ତ ହୋଇଥାଏ । ଏହାପରେ ଭୋର ୪ ଟା ସୁଦ୍ଧା ସୂର୍ଯ୍ୟ ପୁଣି ଅଦୃଶ୍ୟ ହୋଇଯାଏ । ଏହା ଏଭଳି ଏକ ଦେଶ ଯେଉଁଠାରେ ୬ ମାସ ପର୍ଯ୍ୟନ୍ତ କେବଳ ସକାଳ ରହିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/SUNSET-THUMBNAIL.jpg)
/kanak/media/post_attachments/wp-content/uploads/2021/09/1d-300x204.jpg)
/kanak/media/post_attachments/wp-content/uploads/2021/09/swiden-300x169.png)