କନକ ବ୍ୟୁରୋ : ରାତି ଅଧରେ ଖୋଳି ପକାଇଲା ବିଏମସି । ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ଯିବା ଆସିବା ବନ୍ଦ । ରାସ୍ତା ମରାମତି କରୁଥିବାରୁ ଯିବା ଆସିବା ମୁସକିଲ ହୋଇପଡିଛି । ବଡ କଥା ହେଲା ଆଗୁଆ କୌଣସି ସୂଚନା ଦିଆଯାଇନଥିଲା । ସକାଳୁ ଯେଉଁମାନେ ନିଜ ନିଜ କାମରେ ବାହାରୁଛନ୍ତି ସେମାନେ ରାସ୍ତା ବନ୍ଦ ଥିବା ଦେଖି ଅନେକ ସମସ୍ୟାରେ ପଡିଛନ୍ତି ।

Advertisment

ବିଏମସିର ଏପରି କାର୍ଯ୍ୟକଳାପ ଦେଖି ଲୋକେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହିଁକି ଆଗୁଆ ସୂଚନା ଦିଆଯାଇନି ବୋଲି ପ୍ରଶ୍ନ କଲେ କାମରେ ନିୟୋଜିତ ଥିବା ବ୍ୟକ୍ତି ଅବାନ୍ତର ଯୁକ୍ତି କରୁଛନ୍ତି । ତେବେ ବିଏମସି ଏହି ଏରିଆରେ କିଛି ଦିନ ହେବ ନିର୍ମାଣ କାମ କରୁଛି ।