ବିଶ୍ୱର ପ୍ରଥମ ବିଦ୍ୟୁତଚାଳିତ ବିମାନର ସଫଳ ଉଡାଣ: ଆମେରିକା ଆକାଶରେ ଉଡିଲା ଏଲିସ ବିମାନ

270

କନକ ବ୍ୟୁରୋ: ରାସ୍ତାରେ ଯେଉଁଭଳି ଇଲେକ୍ଟ୍ରିକ ଗାଡି ଦୌଡୁଛି ଠିକ ସେହିଭଳି ଆକାଶରେ ଉଡିଛି ବିଦ୍ୟୁତଚାଳିତ ବିମାନ । ଦୁନିଆର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ତାର ପ୍ରଥମ ଉଡାଣ ସଫଳତାର ସହ ଶେଷ ହୋଇଛି । ଏହି ବିମାନର ନାଁ ଏଲିସ ଓ ଗୁରୁବାର ଆମେରିକାର ଗ୍ରାଂଟ କାଉଟିଂ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଉଡାଣ ଭରିଥିଲା । ଏଲିସ ବିମାନ ୩ହଜାର ୫ଶହ ଫସ୍ୱଙ୍କ ଉଚ୍ଚରେ ୮ ମିନିଟ ପର୍ଯ୍ୟନ୍ତ ଉଡାଉ ଭରିବା ପରେ ଅବତରଣ କରିଥିଲା । ଏହି ବିମାନର ଖାସ କଥା ହେଉଛି ଏହି ବିମାନକୁ ସେଠାରେ ଉଡାଯାଇପାରିବ ଯେଉଁଠି ଶଦ୍ଧ ଯୋଗୁଁ ଉଡାଣ ପ୍ରତିବନ୍ଧିତ ରହିଛି । ତେବେ ବିମାନସେବାରେ ଏହି ବିଦ୍ୟୁତ ବିମାନ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଏଲିସ ବିମାନର ନିର୍ମାଣକାରୀ ସଂସ୍ଥା ହେଉଛି ଫେଡେରାଲ ଏଭିଏସନର । ଏହାର ଅଧ୍ୟକ୍ଷ ତଥା ସିଇଓ ଗ୍ରେଗରୀ ଡେଭିସ କହିଛନ୍ତି ଏହି ବିମାନଯାତଆକୁ ଶସ୍ତା ଓ ସ୍ୱଚ୍ଛ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଗକୁ ୩ଟି ମଡେଲ ଆସିବ । ପ୍ରଥମରେ ୯ଟି ସିଟି, ୨ୟରେ ୬ଟି ସିଟ ସହ ସ୍ୱତନ୍ତ୍ର କ୍ୟାବିନ ବ୍ୟବସ୍ଥା ରହିବ ଓ ୩ୟଟି ହେବ ଇ-କାର୍ଗୋ । କାର୍ଗୋ ବିମାନ ସର୍ବାର୍ଧିକ ୧୧୯୭ କେଜି ବହନ କରି ଉଡାଣ କରିପାରୁଛି ଓ ଏହାର ବେଗ ୨୬୦ନଟ ରହିଛି ।