ଗାର୍ଲଫ୍ରେଣ୍ଡର ଧୋକା ଆଦିତ୍ୟଙ୍କୁ IAS କରିଦେଲା । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ ।

2,117

କନକ ବ୍ୟୁରୋ:ପ୍ରେମିକା ଧୋକା ଦେଲା ବୋଲି ଜିଦିରେ ବନିଲେ IAS । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ। ଆମେ କହୁଛୁ ଆଇଏଏସ୍ ଅଫିସର ଆଦିତ୍ୟ ପାଣ୍ଡେଙ୍କ କଥା । ଯାହାଙ୍କ ସଫଳତାର କାହାଣୀ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ ସାଦି ମେଁ ଜରୁର ଆନା’ର ଅବିକଳ କାହାଣୀ ଭଳି । ପ୍ରେମିକାଠାରୁ ଧୋକା ପାଇବାପରେ ବନିଗଲେ ଆଇଏଏସ୍ ଅଫିସର ।

ବିହାର ପାଟଣାର ଏକ ନିପଟ ଗାଁର ବାସିନ୍ଦା । ୪ ଭାଇ ଭଉଣୀଙ୍କ ମଧ୍ୟରେ ପୁରା ସାନ ପୁଅ ଆଦିତ୍ୟ । ତେଣୁ ସମସ୍ତଙ୍କ ଅମାପ ସ୍ନେହ ଶ୍ରଦ୍ଧା ତାଙ୍କଚୁ ଯେପରି ବିଗାଡି ଦେଇଥିଲା । ଧୀଶକ୍ତିରେ ବିଚକ୍ଷଣ ଥିଲେ ବି ନିଜର ଚଳଚଞ୍ଚଳ ମନ ଯୋଗୁଁ ଅଷ୍ଟମ ଶ୍ରେଣୀ ଯାଏଁ ପଢାରେ ଖରାପ କରୁଥିଲେ । କିନ୍ତୁ ଥରେ ସ୍କୁଲରେ ସାରଙ୍କ ତାତ୍ସଲ୍ୟ ତାଙ୍କୁ ଭାରି ବାଧିଥିଲା । ଆଦିତ୍ୟଙ୍କ ବାପାଙ୍କୁ ଡାକି ସାର କହିଥିଲେ ଯେ, ଏ ପିଲାଆଉ ସୁଧୁରିବନି । ଯଦି ସୁଧୁରିଗଲା ସେ ନିଜ ନିଶ କାଟିଦେବେ ବୋଲି ।

ଏତିକି କଥାରେ ବହିି ଧରିଲେ ଆଦିତ୍ୟ ଏବଂ ଲଗାତାର ନବମ ଶେଶ୍ରୀ ଯାଏଁ ଶ୍ରେଣୀରେ ପଥମ ହେଲେ । ମଜାଦାର କଥା ହେଉଛି ଆଦିତ୍ୟ ୧୦ମ ପଢିବା ବେଳକୁ ପାଟଣାର ଜଣେ ଝିଅର ପ୍ରେମରେ ପଡିଥିଲେ । ହେଲେ ମାତ୍ର ବର୍ଷେ ପରେ ବିନା କିଛି କାରଣରୁ ଆଦିତ୍ୟଙ୍କ ସହ ତାଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ଫଳରେ ଦଶମ ବୋର୍ଡରେ ବାପାଙ୍କ ଆଶାକୁ ପୂରଣ କରିପାରିନଥିଲେ ଆଦିତ୍ୟ । ତେଣୁ ବାଧ୍ୟ ହୋଇ ଗାଁ ପାଖ ଏକ କଲେଜରେ ନାଁ ଲେଖାଇଲେ । ଦ୍ୱାଦଶ ବି କଷ୍ଟେମଷ୍ଟେ ପାସ୍ କଲେ । ଏବଂ ଦ୍ୱାଦଶ ପରେ ବାପାଙ୍କ କହିବା ଅନୁସାରେ ଇଞ୍ଚିନିଅରିଙ୍ଗ କଲେ ଏବଂ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନର ଡିଗ୍ରୀ ହାସଲ କଲେ । ଏହାପରେ ୨୦୧୮ରେ ଏମବିଏ ପାସ୍ କରିବା ପରେ ଆଇସିଆଇସିଆଇ ବ୍ୟାଙ୍କରେ ନିଯୁକ୍ତି ପାଇଲେ ଏବଂ କର୍ପୋରେଟ୍ ସେକ୍ଟରକୁ ଭଲ ଭାବେ ବୁଝିପାରିଥିଲେ । ।

ୟା ଭିତରେ ବି ତାଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିନଥିଲା । ତାଙ୍କ ଠାରୁ ୫ ବର୍ଷର ଝିଅକୁ ଭଲପାଇ ବସିଥିଲେ । ପ୍ରେମରେ ପୁରା ପକ୍କା ଥିବା ଆଦିତ୍ୟଙ୍କୁ ଏ ସମ୍ପର୍କ ବି ଭାରି ପଡିଲା । ଦ୍ୱିତୀୟ ପ୍ରେମିକା ମଧ୍ୟବିନା କିଛି କାରଣରେ ଛାଡି ଚାଲିଯିବାରୁ ଆଦିତ୍ୟ ମାନସିକ ସ୍ତରରେ ଭାଙ୍ଗିପଡିଲେ ।
ଦ୍ୱିତୀୟ ପ୍ରେମିକାର ଏହି ଧୋକା ହିଁ ତାଙ୍କୁ ଆଘାତ ଦେଇଥିଲେ ବି ପୁଣି ଛିଡା ହେବାକୁ ସାହାସ ଦେଇଥିଲା । ତେଣୁ ଆଦିତ୍ୟ ସଙ୍କଳ୍ପ ନେଲେ ଆଇଏଏସ୍ ବନିବେ ଏବଂ ସମସ୍ତଙ୍କ ପାଖରେ ନିଜର ପାରିଆପଣିଆକୁ ପ୍ରମାଣ କରିବେ । ସେଥିପାଇଁ ଆଦିତ୍ୟ ୨୦୨୦ରେ ବ୍ୟାଙ୍କ ଚାକିରି ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।

ଅବଶ୍ୟ ପ୍ରଥମ ୨ଟି ପ୍ରୟାସରେ ବିଫଳ ହୋଇଥିଲେ ଆଦିତ୍ୟ । କିନ୍ତୁ ନିଜ ପାଖରେ କିନ୍ତୁ ହାର ମାନିନଥିଲେ । କାରଣ ସେ ଜାଣିଥିଲେ ଥରେ ନିଜ ଠାରୁ ହାରିଗଲେ ଆଉ ଜିତିବା ସମ୍ଭବ ନୁହେଁ । ଜଣେ ମେଣ୍ଟରଙ୍କ ସହାୟତାରେ ଆହୁରି ପରିଶ୍ରମ କଲେ ତୃତୀୟ ପୟାସରେ ମାତ୍ର ଅଢେଇ ମାର୍କରେ ସଫତଳାରୁ ବାଦ ପଡିଲେ । ଏବଂ ୨୦୨୨ରେ ଚତୁର୍ଥ ପୟାସରେ ୟୁପିଏସସି ସର୍ବଭାରତୀୟ ସ୍ତରରେ ୪୮ତମ ର୍ୟାଙ୍କ ପାଇଲେ ଆଦିତ୍ୟ ପାଣ୍ଡେ । ଫୋନରେ ରେଜଲ୍ଟ ଖବର ପାଇ ଭୋ ଭୋ ହୋଇ କାନ୍ଦିଥିଲେ ଆତିତ୍ୟ । ତାଙ୍କ ସହ କାନ୍ଦିଥିଲେ ମା’ । ତେବେ ଆଦିତ୍ୟଙ୍କ ଏଭଳି ଫିଲ୍ମ ଷ୍ଟାଇଲ କାହାଣୀ ଯୁବ ବର୍ଗଙ୍କ ପାଇଁ ଖାସ ପ୍ରେରଣା ପାଲଟିଛି ।